ଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରା

ବାଲିଗୁଡ଼ା, ୧୬/୦୭: ଝିପିଝିପି ବର୍ଷା ସତ୍ତ୍ୱେ ବାଲିଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଉତ୍ସାହ ଓ ଉଦ୍ଦୀପନାର ସହ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରର ଦ୍ୱାର ଫିଟା ପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଓ ସକାଳଧୂପ ନୀତି ସମ୍ପନ୍ନ କରାଯାଇଥିଲା। ପରେ ଅପରାହ୍ନରେ ତିନି ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା।ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯିବା ପରେ ରଥରେ ଦଉଡ଼ି ସଂଯୋଗ କରାଯାଇଥିଲା। ଏହାପରେ ତିନି ରଥରେ ଶ୍ରୀବିଗ୍ରହଙ୍କ ପହଣ୍ଡି ସମ୍ପନ୍ନ ହୋଇଥିଲା। ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ପାରମ୍ପରିକ ଛେରାପହଁରା ନୀତି ସମ୍ପାଦନ କରିବା ପରେ ରଥଟଣା ଆରମ୍ଭ ହୋଇଥିଲା।ଶ୍ରୀଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। “ଜୟ ଜଗନ୍ନାଥ”, “ହରିବୋଲ” ଓ “ଜୟ ମା ସୁଭଦ୍ରା” ଧ୍ୱନି ସହ

ଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରାଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରା

ଘଣ୍ଟ, ଘଣ୍ଟା ଓ ମୃଦଙ୍ଗର ତାଳରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ବର୍ଷାକୁ ଖାତିର ନକରି ଶତାଧିକ ଭକ୍ତ ମହାପ୍ରଭୁଙ୍କ ଦିବ୍ୟ ରଥଯାତ୍ରାରେ ସାମିଲ ହୋଇଥିଲେ।ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସ୍ୱତନ୍ତ୍ର ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା। ତିନୋଟି ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଅଗ୍ରସର ହୋଇ ସନ୍ଧ୍ୟା ସୁଦ୍ଧା ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲା।ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟର ସମସ୍ତ ସଦସ୍ୟ, ବିଭିନ୍ନ ଯୁବକ ସଂଘ, ମହିଳା ସଂଘ ଓ ସ୍ୱେଚ୍ଛାସେବୀମାନେ ରଥଯାତ୍ରାର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଭକ୍ତି, ସମତା, ବିନମ୍ରତା ଓ ସେବାଭାବର ବାର୍ତ୍ତା ବହନ କରୁଥିବା ଏହି ପବିତ୍ର ରଥଯାତ୍ରା ଭକ୍ତମାନଙ୍କ ମନରେ ଅପାର ଆଧ୍ୟାତ୍ମିକ ଉଲ୍ଲାସ ସୃଷ୍ଟି କରିଥିଲା।ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ

Smart Computer Ad
You might also like
error: Content is protected !!