କାନେଡ଼। ଠାରେ ସୁଟିଂ ହେବ ଓଡ଼ିଆ ଫିଲ୍ମ୍ : କ।ନେଡିଆନ ପିଲ୍ମ୍ ନିର୍ମାତା ଦୀପା ମହାନ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଆଜି ଓଡିଆ ଚଳଚିତ୍ର, ଟିଭି , ମଞ୍ଚ ଜଗତର ବହୁ ବିଶିଷ୍ଟ ଓ ବରିଷ୍ଠ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା,କ୍ୟାମେରା ମ୍ୟାନ , ସମୀକ୍ଷକ, ସାମ୍ବାଦିକ ଓ ଚଳଚିତ୍ର ପ୍ରେମୀଙ୍କୁ ନେଇ ଏକ ଆଲୋଚନ ଚକ୍ର ବା ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସୁଚାରୁରୂପେ ଶତାବ୍ଦୀର କଳାକାର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ୱର୍କସପ ରେ ବିଶିଷ୍ଟ କ୍ୟାମେରା ମ୍ୟାନ ଯୁଗଳ ଦେବତା ଯୋଗ ଦେଇ କହିଲେ ଯେ ଓଡିଆ ଚଳଚିତ୍ର ବିକାଶ ପାଇଁ ସରକାରୀ ସ୍ତରରେ ଯଥା ଏନଏଫ୍ ଡିସି ଯଦି ବିଶେଷ ସହୋଜୋଗ ର ହାତ ବଢ଼ାଇବତେବେ ଆମ ଓଡ଼ିଆ ଫିଲ୍ମ୍ ବିଦେଶରେ ପରିଚିତ ହେଇ ପାରିବ, ଏଥି ପାଇଁ ଦୀପ ମହାନ୍ତି ଙ୍କୁ ଧନ୍ୟବାଦ ଜଣାଇଲେ କି ଆପଣ ଜଣେ ଓଡ଼ିଆ ହିସାବରେ କାନଡ। ପାଇଁ ଯେଭଳି ସହୋଜୋଗ ର ହାତ ବଢ଼ାଇଛନ୍ତି ତାହା ସ୍ୱାଗଯୋଗ୍ୟ।ସୁଦୂର କାନାଡ଼ା ରୁ ଦୀପା ମହାନ୍ତି ଙ୍କୁ ସମାଜ ସେବି ଡ଼ଃ ଚିଦାତ୍ମିକ ଖଟୁଆ ଡକେଇ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ବିସୟରେ ଚିନ୍ତା କରିବା ଏକ ମହତ୍ ଉଦ୍ଦେଶ୍ୟ, ବୋଲି ସମସ୍ତେ ଧନ୍ୟବାଦ ଜଣାଇଲେ। ଡଃ ଚିଦ।ତ୍ମିକ ଖଟୁଆ କହିଥିଲେ ଆଗାମୀ ଦିନରେ ପ୍ରାୟ ୧୫ରୁ ଉର୍ଦ୍ଧ ଦେଶ ମଧ୍ୟରେ ସମ୍ପର୍କ ଯୋଡ଼ାଯିବ ଆଉ ଓଡିଆ ଚଳଚିତ୍ର ବିକାଶ ପାଇଁ କାର୍ଯ୍ୟ କରାଯିବ। ଏହି ଅବସରରେ ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରିତିର।ଜ ଶତପଥୀ, ଦୀପା ମହାନ୍ତି ଙ୍କୁ ଧନ୍ୟବାଦ ଜଣାଇ କହିଲେ ଆମେ ଓଡ଼ିଶାରେ ଅନେକ ସିନେମା କରୁଛୁ ଆପଣ ଆମକୁ କାନାଡା ଦେଶ ତରଫରୁ ସାହାଯ୍ୟ କଲେ ଓଡ଼ିଆ ଫିଲ୍ମ୍ ସେଠାରେ ପ୍ରଦର୍ଶିତ ହେଇପାରିବ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଵିଶିଷ୍ଟ କଣ୍ଠ ଶିଳ୍ପୀ ସୁସ୍ମିତା ଦାସ,ଦୂରଦର୍ଶୀ ର ସମ୍ପାଦକ ଦୁର୍ଗା ସାମନ୍ତରାୟ, ପ୍ରଯୋଜୋକ, ହେମନ୍ତ କୁମାର ପାତ୍ର, ହର ଦାସ, ନରସିଂହ ନନ୍ଦ, ନିର୍ଦ୍ଦେଶକ ରଞ୍ଜିତ ମହାନ୍ତି, ସୁରେଶ ପଟ୍ଟନାୟକ , ଲେଖିକା ଝୁନା ପଟ୍ଟନାୟକ , ଡିଓପି ପ୍ରତାପ ରାଉତ, ସୁସ୍ମିତା ରାଉତ, କଳନିର୍ଧେଶକ ସଂଗ୍ରାମ ମହାରଣା ଯୋଗ ଦେଇ ଥିଲେ, ମେଜର କଳ୍ପନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Smart Computer Ad
You might also like
error: Content is protected !!