ଅଗଷ୍ଟ ୧୫ ବା ତା ପୂର୍ବରୁ ଜେଲରୁ ରିଲିଜ ହେବେ ଦାରା ସିଂ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

୧୯୯୯ରେ ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀଅନ୍ତା ଜାଳିବା ମାମଲାରେ ୨୬ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ। ଏ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଦାରା ସିଂ। କେନ୍ଦୁଝରର ମନୋହରପୁର ଗାଁରେ ଘଟିଥିବା ଏହି ଘଟଣା ପୁରା ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା ସାଉଁଟିଥିଲା। ଦାରା ସିଂହ ୨୪ ବର୍ଷରୁ ଅଧିକ ସମୟ କାରାଦଣ୍ଡ ଭୋଗିବା ପରେ ଅକାଳ ମୁକ୍ତି (Remission) ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଏହି ଆବେଦନକୁ ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ (State Sentence Review Board – SSRB) ନିକଟରେ ବିଚାର ପାଇଁ ଉପସ୍ଥାପନ କରି ନିଷ୍ପତ୍ତି ନେବାକୁ କହିଥିଲେ। ତେବେ SSRBର ବୈଠକ ସ୍ଥଗିତ ହୋଇଥିବାରୁ ଦାରା ସିଂହଙ୍କ ଅକାଳ ମୁକ୍ତି ଆବେଦନ ଉପରେ ନିଷ୍ପତ୍ତି ବିଳମ୍ୱିତ ହୋଇଥିଲା।*

Smart Computer Ad
You might also like
error: Content is protected !!