ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ସୀତାରାମ ଛକ ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା, ଜଟଣୀ ମୁନିସିପାଲିଟି ୱାର୍ଡ ନମ୍ବର ୪ ରେ ୧୦୦ ବର୍ଷ ପୁରୁଣା ବାଲୁଙ୍କେଶ୍ୱର ମନ୍ଦିର ପାଖ ଦୋକାନରେ ମଦ ଦୋକାନ ଖୋଲା ଯାଇଛି।ରାଜାବଜାରର ମଦ ଦୋକାନର ମାଲିକାନା ପରିବର୍ତ୍ତନ ପରେ ସୀତାରାମ ଛକରେ ଥିବା ପ୍ରମୁଖ ଜନଗହଳି ପୂର୍ଣ୍ଣ ମୁଖ୍ୟ ରାସ୍ତାରେ ଦୋକାନ ପାଇଁ ଅନୁମତି ପାଇଲେ ତାହା ସାଧାରଣରେ ଅଭିଯୋଗ ଉଠିଛି ଏବଂ ଦୃଡ଼ ବିରୋଧ କରି ମହିଳା ମାନେ ରାସ୍ତା ଅବରୋଧ କରିଥିଲେ। ଜଟଣୀରେ ୨ ଟି ଦୋକାନକୁ ନେଇ ବିବାଦ: ଖୋର୍ଦ୍ଧା ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମଦ ଦୋକାନର ଲଟେରୀ ଗତ ମାସରେ ହୋଇଥିଲା, ସେଥିମଧ୍ୟରୁ ୨ ଟି ଜଟଣୀ ସହରାଞ୍ଚଳରେ ଅଛି। ଅଭିଯୋଗ ହେଉଛି ଏଗୁଡିକ ନିଜସ୍ୱ ଜମିରେ ନୁହେଁ, ରେଳବାଇ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ଉପରେ ଅଛି। ରେଳ ଷ୍ଟେସନ ଗେଟ୍ ପାଖ ଦୋକାନ: ପୂର୍ବରୁ ରେଳବାଇ ଗୋଲେଇ ମାର୍କେଟରେ ଚାଲୁଥିବା ବିଦେଶୀ ମଦ ଦୋକାନର ଠିକଣା ବଡ଼ବଜାର ଥିଲା। ବର୍ତମାନ ନୂଆ ଟେଣ୍ଡର ପାଇଥିବା ବ୍ୟକ୍ତି ସେହି ମାର୍କେଟରେ ରେଳବାଇ ଠାରୁ ଲିଜ୍ ନେଇଥିବା ମାଲିକ ଠାରୁ ଭଡା ସୂତ୍ରରେ ନେଇ ଷ୍ଟେସନ ଗେଟ ଠାରୁ ମାତ୍ର ୫୦ ମିଟର ଦୂରତାରେ ଖୋଲିଛନ୍ତି। ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଯାତ୍ରୀ ଯିବା ଆସିବା କରନ୍ତି। ବର୍ତ୍ତମାନର ସରକାରଙ୍କ ସମୟରେ ସେହି ସ୍ଥାନରେ ପ୍ରଶାସନିକ ଅନୁମତି କିଭଳି ଦିଆଯାଇଛି ? ନା ସବୁ ଦେଖି ଚୁପ୍ ରହିଛନ୍ତି। ପ୍ରଶାସନିକ ଅନୁମତିର ସ୍ଵଛତାକୁ ନେଇ ସାଧାରଣରେ ପ୍ରଶ୍ନଉଠୁଛି।
