ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ, ୨୦୦ ଚାରା ରୋପଣ

ବାଲିଗୁଡ଼ା,୦୭/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ଅବସରରେ ମଙ୍ଗଳବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷାରେ ଏହାର ଗୁରୁତ୍ୱ

ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ, ୨୦୦ ଚାରା ରୋପଣ

ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ଡ. ସୁବାସ ଚନ୍ଦ୍ର ପ୍ରଧାନ ଯୋଗଦେଇ ଅଧିକରୁ ଅଧିକ ବୃକ୍ଷରୋପଣ କରି ସବୁଜ ପରିବେଶ ଗଠନରେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।ସମ୍ମାନିତ ଅତିଥି ଭାବେ ଡ. ଅଭିପ୍ସା ବଲ୍, ଡ. ସୁକାନ୍ତ କୁମାର ବେହେରା, ଡ. ଏନ୍. ତନ୍ମୟ କୁମାର ଏବଂ ଶ୍ରୀ ରାଜେଶ କୁମାର ଧଳ ଉପସ୍ଥିତ ରହି ବୃକ୍ଷରୋପଣ ଅଭିଯାନରେ ସାମିଲ ହୋଇଥିଲେ।ଯୁବ ରେଡକ୍ରସର ସଂଯୋଜକ ମାନସ ରଞ୍ଜନ ପ୍ରଧାନ,

ଆଦିବାସୀ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ, ୨୦୦ ଚାରା ରୋପଣ

ଜାତୀୟ ସେବା ଯୋଜନା ଅଧିକାରୀ ଅରୁନ୍ଧତୀ ପ୍ରଧାନ ଓ ହମନ୍ କୁମାର ଦିବକାଙ୍କ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ୟାମ୍ପସ ପରିସରରେ ପ୍ରାୟ ୨୦୦ଟି ଚାରା ରୋପଣ କରିଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ

Smart Computer Ad
You might also like
error: Content is protected !!