ବାଲିଗୁଡାରେ ଲଗାଣ ବର୍ଷାର ପ୍ରଭାବ: ଶନିବାର ମଧ୍ୟରାତ୍ରିରୁ ବିଦ୍ୟୁତ ସେବା ଠପ,

ବାଲିଗୁଡା, ୦୬/୦୭: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଶନିବାର ମଧ୍ୟରାତ୍ରିଠାରୁ ଲଗାଣ ବର୍ଷା ଜାରି ରହିଛି। ଅବିରତ ବର୍ଷା ସହ ପବନ ପ୍ରଭାବରେ ବାଲିଗୁଡାର ବିଦ୍ୟୁତ ସେବା ଶନିବାର ମଧ୍ୟରାତ୍ରିଠାରୁ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଫଳରେ ସାଧାରଣ ଲୋକ ଅନ୍ଧକାରରେ ରହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅନ୍ୟପକ୍ଷରେ, ତୁହାକୁ ତୁହା ବର୍ଷା ଯୋଗୁଁ ବାଲିଗୁଡା ଓ ଆଖପାଖ ଅଞ୍ଚଳର ବିଭିନ୍ନ ରାସ୍ତାରେ ଗଛ ଉପୁଡ଼ି ପଡ଼ିଥିବାରୁ ଅଧିକାଂଶ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ଯାନବାହନ ଚଳାଚଳ ମଧ୍ୟ ବ୍ୟାହତ ହୋଇଥିବା ସୂଚନା ମିଳିଛି।ସ୍ଥାନୀୟ ବିଦ୍ୟୁତ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା ଜାରି ରହିଛି ।

Smart Computer Ad
You might also like
error: Content is protected !!