ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି । ସଂଶୋଧିତ ପୁସ୍ତକରେ ପାଠ ପଢିବେ ପିଲା । ପ୍ରତି ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ବିଦ୍ୟାଳୟ ଗୁଡିକରେ ଠିକ୍ ଭାବେ ପଢ଼ାଯିବା ନେଇ ଏହି ସଂଶୋଧିତ ବହି ବ୍ୟବହାର କରାଯିବ । ତଦନ୍ତ ଆଧାରରେ ଆଉ ଯଦି ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ । ମୁଖ୍ୟମନ୍ତ୍ରୀ କହିଛନ୍ତି ବହି ତ୍ରୁଟି ନେଇ ତଦନ୍ତ କରି ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେ ୧୪ ପଏଣ୍ଟ ପରାମର୍ଶ ଦେବା ସହ ସ୍କୁଲ ଗୁଡିକୁ ସଂଶୋଧିତ ବହି ଦେବାକୁ କହିଛନ୍ତି ।
