ଆଦିବାସୀ ମହାବିଦ୍ୟାଳୟରେ ଦୁଇ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା,୩୦/୦୬: ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଆଜି ଅବସର ଗ୍ରହଣ କରୁଥିବା କିରାଣୀ ଓ ଟାଇପିଷ୍ଟ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ସୁବାସ ଚନ୍ଦ୍ର ଡାକୁଆଙ୍କୁ ମହାବିଦ୍ୟାଳୟ ପରିବାର ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜଣାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପରିଷଦ ସମ୍ପାଦକ ତେଜେଶ୍ୱର ନାୟକ ଆବାହକ ଭାବେ କାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଡ. ସୁଶାନ୍ତ କୁମାର ଦାସ, ବ୍ରଜେନ୍ଦ୍ର ବିନ୍ଧାଣୀ,

ଆଦିବାସୀ ମହାବିଦ୍ୟାଳୟରେ ଦୁଇ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାଆଦିବାସୀ ମହାବିଦ୍ୟାଳୟରେ ଦୁଇ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନାଆଦିବାସୀ ମହାବିଦ୍ୟାଳୟରେ ଦୁଇ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହିମାଂଶୁ ସାହୁ, ସରୋଜ କୁମାର ପାଠୀ, ସୁରେଶ ମିଶ୍ର, ସୌଭାଗିନୀ ଦାଶ ଓ କାହ୍ନୁ ଗମାଙ୍ଗ ପ୍ରମୁଖ ଅବସରପ୍ରାପ୍ତ କର୍ମଚାରୀମାନଙ୍କ କର୍ମମୟ ଜୀବନ, ନିଷ୍ଠା ଓ ଅବଦାନ ସମ୍ପର୍କରେ ଆଲୋକପାତ କରି ସେମାନଙ୍କ ଉତ୍ତର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ।ସଭାରେ ଅବସରପ୍ରାପ୍ତ ଉଭୟ କର୍ମଚାରୀଙ୍କୁ ମାନପତ୍ର, ଉତ୍ତରୀୟ ଓ ସ୍ମାରକ ଉପହାର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଶେଷରେ ସମସ୍ତ କର୍ମଚାରୀ ଏକାଠି ମଧ୍ୟାହ୍ନ ଭୋଜନରେ ସାମିଲ ହେବା ସହ ସ୍ମୃତିଚାରଣ କରି ଫଟୋ ଉତ୍ତୋଳନ କରିଥିଲେ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ, ବାଲିଗୁଡା

Smart Computer Ad
You might also like
error: Content is protected !!