ବାଲିଗୁଡାରେ ଅଚାନକ ବର୍ଷା, ଚାଷୀଙ୍କ ମୁହଁରେ ହସ

ବାଲିଗୁଡା, ତା. ୨୭/୦୬:କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଶନିବାର ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟ ସମୟରେ ହଠାତ୍ ପାଗରେ ପରିବର୍ତ୍ତନ ଦେଖାଯାଇଥିଲା। ପ୍ରଥମେ ଆକାଶରେ କଳା ମେଘ ଛାଇଯିବା ସହ ଘଡଘଡି ଓ ବିଜୁଳି ମାରିଥିଲା। ଏହାପରେ ଅଚାନକ ବର୍ଷା ଆରମ୍ଭ ହୋଇଥିଲା।କିଛି ସମୟ ଧରି ହୋଇଥିବା

ବାଲିଗୁଡାରେ ଅଚାନକ ବର୍ଷା, ଚାଷୀଙ୍କ ମୁହଁରେ ହସ

ଏହି ବର୍ଷା ଯୋଗୁଁ ପ୍ରବଳ ଗରମରୁ ଲୋକମାନେ ଆଶ୍ୱସ୍ତି ପାଇଥିଲେ। ବିଶେଷକରି ଚାଷ କାର୍ଯ୍ୟ ପାଇଁ ଏହି ବର୍ଷା ଉପକାରୀ ହେବ ବୋଲି ଚାଷୀମାନେ ଆଶା ପ୍ରକାଶ କରିଛନ୍ତି। ଧାନ ଚାଷ ଓ ଅନ୍ୟାନ୍ୟ ଖରିଫ ଫସଲ ପାଇଁ ଏହି ବର୍ଷା ସକାରାତ୍ମକ ପ୍ରଭାବ ପକାଇବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ,

Smart Computer Ad
You might also like
error: Content is protected !!