ସମବାୟ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ସ୍ୱାଗତ କଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଆସନ୍ତା ଜୁଲାଇ ୪ ତାରିଖରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ତିନୋଟି ପ୍ରମୁଖ ସମବାୟ ଚିନି କଳ (ନୟାଗଡ଼, ବଡ଼ମ୍ବା ଓ ବଲାଙ୍ଗୀର)ର ପୁନରୁଦ୍ଧାର ଓ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଥିବା ନେଇ ପ୍ରକାଶିତ ଖବରକୁ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ କରିଛନ୍ତି। ଏହି ପଦକ୍ଷେପ ଓଡ଼ିଶାର ଚାଷୀକୂଳ ଏବଂ ସମବାୟ କ୍ଷେତ୍ର ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ଓ ଐତିହାସିକ ନିଷ୍ପତ୍ତି ବୋଲି ସେ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ, ସାଂସଦ ଡ. ପାଣିଗ୍ରାହୀ କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଏକ ସ୍ୱତନ୍ତ୍ର ପତ୍ର ଲେଖି ଏସିଆର ସର୍ବପୁରାତନ ସମବାୟ ଅନୁଷ୍ଠାନ—ଗଞ୍ଜାମ ଜିଲ୍ଲାର *”ଆସିକା ସମବାୟ ଚିନି ଶିଳ୍ପ ଲିମିଟେଡ୍” (Aska Cooperative Sugar Industries Ltd.)* ର ସାମଗ୍ରିକ ସଂସ୍କାର ଏବଂ ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନ (Technological Change) ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ସାଂସଦ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆସିକା ଚିନି କଳ ଦକ୍ଷିଣ ଓଡ଼ିଶାର ହଜାର ହଜାର ଆଖୁ ଚାଷୀଙ୍କ ଅର୍ଥନୈତିକ ମେରୁଦଣ୍ଡ। ବର୍ତ୍ତମାନ ଏହାର ଭିତ୍ତିଭୂମି ପୁରୁଣା ହୋଇଯାଇଥିବାରୁ ଏହାର ସାମଗ୍ରିକ ନବୀକରଣ ଏବଂ ଆଧୁନିକୀକରଣ ନିତାନ୍ତ ଆବଶ୍ୟକ। ପୂର୍ବରୁ ଗତ ମାର୍ଚ୍ଚ ୧୨, ୨୦ ୨୬ ରିଖରେ ସେ ଏହି ଚିନି କଳକୁ ଏକ ବହୁ-ଉତ୍ପାଦ ବିଶିଷ୍ଟ ବାୟୋ-ରିଫାଇନେରୀ (Multi-product bio-refinery model) ତଥା ଗ୍ରୀନ୍ ଏନର୍ଜି ହବ୍‌ରେ ରୂପାନ୍ତରିତ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସବିଶେଷ ପ୍ରସ୍ତାବ ପଠାଇଥିଲେ।ମାନ୍ୟବର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଆସନ୍ତା ଜୁଲାଇ ୪ ତାରିଖ କାର୍ଯ୍ୟକ୍ରମ ସହିତ ଆସିକା ଚିନି କଳର ଆଧୁନିକୀକରଣ ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ସାମିଲ କରାଗଲେ, ଏହା ଗଞ୍ଜାମ ତଥା ସମଗ୍ର ଦକ୍ଷିଣ ଓଡ଼ିଶାର କୃଷକମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ସହ ଦେଶର ସମବାୟ ଆନ୍ଦୋଳନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସାଂସଦ ଡ. ପାଣିଗ୍ରାହୀ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

You might also like
error: Content is protected !!