ବାଲିଗୁଡାରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ, ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ଉପରେ ଗୁରୁତ୍ୱ

ବାଲିଗୁଡା, ତା. ୨୫/୦୬: କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଆଗାମୀ ଶ୍ରୀଜଗନ୍ନାଥ ରଥଯାତ୍ରା ସୁଚାରୁ ଓ ଶାନ୍ତିଶୃଙ୍ଖଳାର ସହିତ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡା଼ ଯାତ୍ରାର ସଫଳ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ସମେତ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ସଦସ୍ୟମାନେ ଉପସ୍ଥିତ ରହିଥିଲେ।ରଥଯାତ୍ରା ସମୟରେ

ବାଲିଗୁଡାରେ ରଥଯାତ୍ରା ପାଳନ ନେଇ ପ୍ରସ୍ତୁତି ବୈଠକ, ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ଉପରେ ଗୁରୁତ୍ୱ

ସହରରେ ଯାନବାହନ ଚଳାଚଳ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ସ୍ୱଚ୍ଛତା ଓ ପରିମଳ, ପାନୀୟ ଜଳ ଯୋଗାଣ, ପ୍ରାଥମିକ ଚିକିତ୍ସା (ଫାଷ୍ଟ ଏଡ୍) ସୁବିଧା, ବାଇପାସ ରୁଟ୍ ବ୍ୟବସ୍ଥା ଏବଂ ତିନୋଟି ରଥର ସୁରକ୍ଷା ବ୍ୟବସ୍ଥା ନେଇ ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଥିଲା।ଉପଜିଲ୍ଲାପାଳ ଶ୍ରୀମତୀ ଦାସ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଓ ଭକ୍ତମାନଙ୍କ ପାଇଁ ସୁବିଧାଜନକ କରିବାକୁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି ବୈଠକରେ ସହରର ବୁଦ୍ଧିଜୀବୀ, ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି, ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସାମ୍ବାଦିକ ଏବଂ ସାମାଜିକ କର୍ମୀମାନେ ଯୋଗଦେଇ ନିଜ ମତାମତ ପ୍ରଦାନ କରିଥିଲେ। ବୈଠକରେ ଆଗାମୀ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସଫଳ ଭାବେ ସମ୍ପନ୍ନ କରିବା ଉପରେ ସର୍ବସମ୍ମତି ପ୍ରକାଶ ପାଇଥିଲା।

ରିପୋର୍ଟ -ସୁକାନ୍ତ କୁମାର ତ୍ରିପାଠୀ

Smart Computer Ad
You might also like
error: Content is protected !!