ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ


ବାଲିଗୁଡା, ୨୩/୦୬: କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ +୩ କଳା, ବିଜ୍ଞାନ ଓ ବାଣିଜ୍ୟ ସମ୍ମାନ ଶ୍ରେଣୀ ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ନାମଲେଖା ପ୍ରକ୍ରିୟାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ଆଡମିଶନ ଟିମ୍ ଛାତ୍ରଛାତ୍ରୀଙ୍କ ନାମଲେଖା କାର୍ଯ୍ୟ ସଫଳତାର ସହ ପରିଚାଳନା କରୁଛନ୍ତି। ନାମଲେଖା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଆବଶ୍ୟକ ସହଯୋଗ ଓ ସୂଚନା ଯୋଗାଇ ଦିଆଯାଉଛି।

ଆଦିବାସୀ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ

ସୂଚନାଯୋଗ୍ୟ ଯେ, ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ ପ୍ରତିଷ୍ଠିତ ଆଦିବାସୀ ମହାବିଦ୍ୟାଳୟ କନ୍ଧମାଳ ଜିଲ୍ଲାର ଏକ ପୁରାତନ ଓ ପ୍ରତିଷ୍ଠିତ ଘରୋଇ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଭାବେ ପରିଚିତ। ଦୀର୍ଘ ବର୍ଷ ଧରି ଏହି ମହାବିଦ୍ୟାଳୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରି ଆସୁଥିବା ବେଳେ ଶିକ୍ଷା, ସଂସ୍କୃତି ଓ ସାମାଜିକ କ୍ଷେତ୍ରରେ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ, ବାଲିଗୁଡା

You might also like
error: Content is protected !!