ବାଲିଗୁଡା, ୨୧ /0୬ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ଶନିବାର ସକାଳେ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ

ରେଡକ୍ରସ୍ର ଜିଲ୍ଲା ସଂଯୋଜକ ତଥା କାଉନସେଲର ମାନସରଞ୍ଜନ ପ୍ରଧାନ, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅଧିକାରୀ ହମନ୍ ଦିବାକା, ପ୍ରଶାସନିକ ଅଧିକାରୀ ଡ. ସୁଶାନ୍ତ କୁମାର ଦାସ, କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡାଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।ସମସ୍ତେ ସାମୂହିକ ଭାବେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିବା ସହ ନିୟମିତ ଯୋଗ ମାଧ୍ୟମରେ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବାକୁ ସଂକଳ୍ପ ନେଇଥିଲେ। ଯୋଗ ମାନବ

ଜୀବନକୁ ସୁସ୍ଥ, ସକ୍ରିୟ ଓ ଚାପମୁକ୍ତ ରଖିବାରେ ସହାୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅଂଶଗ୍ରହଣକାରୀମାନେ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ନିୟମିତ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଦେଇଥିଲେ।