ବରଯାତ୍ରୀ ଆସି ରାସ୍ତା ପାର୍ଶ୍ଵ ରେ ଥିବା କୂଅରେ ପଡି ଯୁବକ ଙ୍କ ମୃତ୍ୟୁ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବୁଢାପଡା କୁ ଗତକାଲି ବରଯାତ୍ରୀ ଆସି ରାସ୍ତା ପାର୍ଶ୍ଵ ରେ ଥିବା କୂଅରେ ପଡି ଯୁବକ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡା ମହାକାଳପଡ଼ା ସୁବଳ ଅଞ୍ଚଳର ଜଗବନ୍ଧୁ ସ୍ୱୟଂ। ସକାଳୁ ସ୍ଥାନୀୟ ଲୋକ କୂଅରେ ଯୁବକ ପଡିଯାଇଥିବା ଜଟଣୀ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ଯୁବକଙ୍କୁ କୂଅରୁ ଉଦ୍ଧାର କରି ଜଟଣୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଜଟଣୀ ପୋଲିସ ପହଁଚି ମୃତଦେହ ଜବତ କରି ଵେବଛେଦ ପାଇଁ ପଠାଇ ଅଧିକ ତଦନ୍ତ କରୁଛନ୍ତି।

Smart Computer Ad
You might also like
error: Content is protected !!