ସୁନ୍ଦରପଦା ଅଞ୍ଚଳରେ ଏକ ଦୋକାନ ବନ୍ଦ ସମୟରେ ସିଗାରେଟ ଦୋକାନୀ ମନା କରିବାରୁ ଏକ କାଚ ବୋତଲ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ଏକ ଦୋକାନ ବନ୍ଦ ସମୟରେ ଅଭିଯୁକ୍ତ ତାଙ୍କ ସହଯୋଗୀଙ୍କ ସହ ସେଠାରେ ପହଁଚି ଦୋକାନୀ କୁ ସିଗାରେଟ ମାଗିଥିଲେ ଦୋକାନୀ ମନା କରିବାରୁ ଏହାକୁ ନେଇ ସେଠାରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ଅଭିଯୁକ୍ତ ମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଯୁକ୍ତିତର୍କ ଚାଲିଥିବା ବେଳେ, ଅଭିଯୁକ୍ତ ଗୋରା ଓରଫ ମନୋଜ କୁମାର ସେଠୀ ଏକ କାଚ ବୋତଲ ସାହାଯ୍ୟରେ କାଶୀନାଥ ମୁଣ୍ଡକୁ ଲକ୍ଷକରି ମରଣାନ୍ତକ ଆକ୍ରମଣ କରିଥିଲେ । ଯାହାଫଳରେ କାଶୀନାଥ ସଜ୍ଞାହୀନ ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକଏନକେ ନିକଟରୁ ସୂଚନା ପାଇ ପିସିଆର କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଆହତ କାଶୀନାଥଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଘଟଣା ରେ ଅଭିଯୁକ୍ତ ମନୋଜ କୁମାର ସେଠିକୁ ଗିରଫ କରି କୋର୍ଟ ଚାଲାଣ କଲା ଏଆରଫିଲଡ ଥାନା ପୋଲିସ ,

Smart Computer Ad
You might also like
error: Content is protected !!