ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀ ପଞ୍ଚାୟତ ଦଖଲ ପାଇଁ ସମ୍ନାକୁ ଆସିଲା ବିଜେପିର ବଡ଼ ପ୍ଲାନ । ଜଟଣୀ ନିର୍ବାଚନ ମଣ୍ଡଳି ପଦନପୁର ପଞ୍ଚାୟତରେ ପାଖାପାଖି କୋଟିଏ ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ପଞ୍ଚାୟତ ହାତେଇବାକୁ ନେଇଁ ବିଜେପି କରୁଛି ପ୍ରକଳ୍ପ ବର୍ଷା । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଜଟଣୀ ପଦନପୁର ପଞ୍ଚାୟତରେ । ନିଜେ ସାଂସଦ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ବର୍ଷ ସଫଳତା ଅବସରରେ ସମୁହ ପ୍ରାର୍ଥନା ଓ ଦୀପଦାନ କରିବା ସହିତ ପଞ୍ଚାୟତର ପୋଖରୀ ଠାରୁ ସ୍କୁଲ ଘର ନିର୍ମାଣ ପର୍ଯ୍ୟନ୍ତ ପାଖାପାଖି ୯୧ ଲକ୍ଷର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଗକୁ ପୁରା ନିର୍ବାଚନ ମଣ୍ଡଳିର ବିକାଶ କରିବା ସହିତ ମାନଚିତ୍ର ପରିବର୍ତ୍ତନ କରାଯିବ ବୋଲି ସାଂସଦ ନିଜ ଉଦ୍ଭୋଦନରେ କହିଛନ୍ତି । ସବ୍କା ସାଥ ବସ୍କା ବିକାଶ ସମସ୍ତଙ୍କ ପାଖରେ ପହଞ୍ଚିବ ବୋଲି ସେ କହିଛନ୍ତି । ଏହି ଅବସରରେ ଜଟଣୀ ବ୍ଲକ ସାଂସଦଙ୍କ ପ୍ରତିନିଧି ମନୋଜ ନନ୍ଦ, ଜିଲ୍ଲା ବିଜେପି ଉପସଭାପତି ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ମହିଳା ମର୍ଚ୍ଚା ସଭାନେତ୍ରୀ ପୁଷ୍ପାଞ୍ଚଳି ଜେନା ଓ ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ ।