ବାଲିଗୁଡ଼ାରେ SIR-2026 ନେଇ ସଚେତନତା ସଭା ଅନୁଷ୍ଠିତ

ବାଲିଗୁଡ଼ା, ୧୨/୦୬: ସୁକାନ୍ତ କୁମାର ତ୍ରିପାଠୀ

ବାଲିଗୁଡ଼ାଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (SIR-2026) ସମ୍ପର୍କରେ ଏକ ସଚେତନତା ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ଶ୍ରୀମତୀ ପ୍ରଣିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବାସୀ ଛାତ୍ରଛାତ୍ରୀମାନେ ତିନୋଟି ଆକର୍ଷଣୀୟ ଗଣନୃତ୍ୟ ପରିବେଷଣ କରି SIR-2026 ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।ସଭାରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ସହକାରୀ ଜିଲ୍ଲାପାଳ ରୂପକ କୁଜୁର, ଏସ୍‌ଡିଆଇପିଆରଓ ଶିବ ଶଙ୍କର ସମର୍ଥ ଏବଂ ତୀର୍ଥବାସୀ ଘୋଡ଼େଇ ପ୍ରମୁଖ ଉପସ୍ଥିତ ଥିଲେ।

ବାଲିଗୁଡ଼ାରେ SIR-2026 ନେଇ ସଚେତନତା ସଭା ଅନୁଷ୍ଠିତବାଲିଗୁଡ଼ାରେ SIR-2026 ନେଇ ସଚେତନତା ସଭା ଅନୁଷ୍ଠିତବାଲିଗୁଡ଼ାରେ SIR-2026 ନେଇ ସଚେତନତା ସଭା ଅନୁଷ୍ଠିତବାଲିଗୁଡ଼ାରେ SIR-2026 ନେଇ ସଚେତନତା ସଭା ଅନୁଷ୍ଠିତ

ଏହି ଅବସରରେ ତୀର୍ଥବାସୀ ଘୋଡ଼େଇ ଓ ବିଡିଓ ଅକ୍ଷୟ କୁମାର ମଲ୍ଲିକ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (SIR)ର ଉଦ୍ଦେଶ୍ୟ, ପ୍ରକ୍ରିୟା ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଓ ସୁଦୃଢ଼ ଗଣତାନ୍ତ୍ରିକ ବ୍ୟବସ୍ଥା ନିମନ୍ତେ ଏହି ପ୍ରକ୍ରିୟାରେ ସମସ୍ତ ନାଗରିକଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଆବଶ୍ୟକ ବୋଲି କହିଥିଲେ।ଶେଷରେ ବାଲିଗୁଡ଼ା ଅଞ୍ଚଳର ସମସ୍ତ ନାଗରିକଙ୍କୁ SIR-2026 କାର୍ଯ୍ୟକ୍ରମରେ ସାମିଲ ହୋଇ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକୁ ସଫଳ କରିବା ପାଇଁ ଆହ୍ୱାନ ଜଣାଯାଇଥିଲା।

You might also like
error: Content is protected !!