ଟୁନା ଦାଶ ଓ ପ୍ରମୋଦ ସାହୁଙ୍କ ନିଲମ୍ବନ ପ୍ରତିବାଦରେ ବିଜେଡିରେ ଇସ୍ତଫା ଝଡ଼

ବାଲିଗୁଡ଼ା, ୦୬/୦୬ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)ର ଜିଲ୍ଲା ଉପସଭାପତି ଟୁନା ଦାଶ ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଘଟଣାକୁ କେନ୍ଦ୍ର କରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ଏହାର ପ୍ରତିବାଦରେ ଦଳର ଏକାଧିକ ନେତା ଓ କର୍ମୀ ସାମୂହିକ ଭାବେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ସୂଚନା ଅନୁଯାୟୀ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚାୟତର ସଭାପତି, ଚାରିଟି ବ୍ଲକର ସଭାପତି, ତିନିଟି ବ୍ଲକର ଅଧ୍ୟକ୍ଷ, ଜି.ଉଦୟଗିରି ଏନଏସିର ଉପାଧ୍ୟକ୍ଷ, ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ, ୧୧ ଜଣ କାଉନସିଲରଙ୍କ ସମେତ ସମିତି ସଭ୍ୟ, ସରପଞ୍ଚ, ଦଳର କର୍ମୀ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।ଗତ ୩ ତାରିଖରେ ନିଲମ୍ବିତ ବିଜେଡି ବିଧାୟକ ଚକ୍ରମଣି କହଁରଙ୍କୁ ବାଲିଗୁଡ଼ାରେ ଟୁନା ଦାଶଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଘଟଣାକୁ

ଟୁନା ଦାଶ ଓ ପ୍ରମୋଦ ସାହୁଙ୍କ ନିଲମ୍ବନ ପ୍ରତିବାଦରେ ବିଜେଡିରେ ଇସ୍ତଫା ଝଡ଼

ଦଳୀୟ ଶୃଙ୍ଖଳା ଭଙ୍ଗ ବୋଲି ଦର୍ଶାଇ ବିଜେଡି ନେତୃତ୍ୱଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଟୁନା ଦାଶ ଓ ପ୍ରମୋଦ କୁମାର ସାହୁଙ୍କୁ ନିଲମ୍ବିତ କରିଥିଲେ।ତେବେ ଏହି ନିଲମ୍ବନ ନିଷ୍ପତ୍ତିକୁ ବାଲିଗୁଡ଼ା ଅଞ୍ଚଳର ବିଜେଡି କର୍ମୀ ଓ ସମର୍ଥକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାର ପ୍ରତିବାଦରେ ସେମାନେ ସାମୂହିକ ଇସ୍ତଫା ପ୍ରଦାନ କରିବା ସହ ବିଜୟ ନାୟକଙ୍କ କୁଶପୁତ୍ତଳିକା ଦାହ କରି ନିଜର କ୍ଷୋଭ ପ୍ରକାଶ କରିଥିଲେ।ଏହି ଘଟଣା ପରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂଗଠନିକ ସ୍ଥିତି ଓ ଆଗାମୀ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି।

You might also like
error: Content is protected !!