ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ସ୍ଥାୟୀ ବିକାଶମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଦିଗରେ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିବା ସହ ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସବୁଜ ଓ ସୁସ୍ଥ ପରିବେଶ ଗଠନ ପାଇଁ ଜନସାଧାରଣଙ୍କୁ ସକାରାତ୍ମକ ପରିବେଶମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେରିତ କରାଯାଇଥିଲା।ଏହି ଅବସରରେ କଲ୍ୟାଣୀ ମଣ୍ଡପ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନିଲ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶ୍ରୀ ରାଜଧାରୀ ଯାଦବଙ୍କ ସମେତ ବିଭିନ୍ନ ଶାଖା ଅଧିକାରୀ ଓ କର୍ମଚାରୀମାନେ ଚାରାରୋପଣ କରିଥିଲେ।ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନରେ ସ୍କାଉଟ୍ସ ଓ ଗାଇଡ୍ସର ଶିଶୁମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ଯାତ୍ରୀମାନଙ୍କୁ ପ୍ଲାଷ୍ଟିକ ଦୂଷଣ ରୋକିବା ଏବଂ ପରିବେଶ ଅନୁକୂଳ ଅଭ୍ୟାସ ଆପଣନେଇବା ପାଇଁ ପ୍ରେରିତ କରାଯାଇଥିଲା। କାର୍ଯ୍ୟକ୍ରମ ସମୟରେ ଶ୍ରୀ ଡି. ସୁନିଲ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ଦ୍ୱାରା ଯାତ୍ରୀ ଓ ବ୍ୟବସାୟୀମାନଙ୍କୁ ଝୋଟ ବ୍ୟାଗ୍ ବଣ୍ଟନ କରାଯାଇଥିଲା ପ୍ଲାଷ୍ଟିକର ସ୍ଥାନରେ ପରିବେଶ ସୁରକ୍ଷାମୂଳ ବିକଳ୍ପ ବ୍ୟବହାର ପାଇଁ ଉତ୍ସାହିତ କରିଥିଲେ।ବିଶ୍ୱ ପରିବେଶ ଦିବସ ଅବସରରେ ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚଳିତ ବର୍ଷର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁକୁ ଆଧାର କରି ଚିତ୍ରାଙ୍କନ ଓ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶ୍ରୀ ଡି. ସୁନିଲ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ।ଏହାସହ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧୀନସ୍ଥ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ସଚେତନତା ବ୍ୟାନର ପ୍ରଦର୍ଶନ ଏବଂ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା।ଏହା ପୂର୍ବରୁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ୧୫.୦୫.୨୦୨୬ ତାରିଖରୁ “ବିଶ୍ୱ ପରିବେଶ ଦିବସ ଅଭିଯାନ” ଆରମ୍ଭ କରିଥିଲା। ଏହି ଅଭିଯାନ ଅବଧିରେ ପରିବେଶ ସଂରକ୍ଷଣ ଏବଂ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ ସମ୍ବନ୍ଧୀୟ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବିଶ୍ୱ ପରିବେଶ ଦିବସ ଓ ସମ୍ପୃକ୍ତ ସଚେତନତା ଅଭିଯାନର ସମସ୍ତ ଖୋର୍ଦ୍ଧା ରୋଡ଼ ମଣ୍ଡଳର ବରିଷ୍ଠ ମଣ୍ଡଳ ଯାନ୍ତ୍ରିକ ପ୍ରବନ୍ଧକ ଶ୍ରୀ ସମ୍ବିତ ମହାପାତ୍ରଙ୍କ ମାର୍ଗଦର୍ଶନରେ ଯାନ୍ତ୍ରିକ ବିଭାଗର ପରିବେଶ ଏବଂ ସ୍ୱଚ୍ଛତା ପରିଚାଳନା ଶାଖା ଦ୍ୱାରା ସଫଳତାର ସହ ସମନ୍ୱୟ ରକ୍ଷା କରାଯାଇ ସମ୍ପାଦନ କରାଯାଇଥିଲା

You might also like
error: Content is protected !!