ବାଲିଗୁଡା,୦୨/୦୬ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ବଣ୍ଡାପିପିଲି ଠାରେ ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ନୂତନ ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି। ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ଜିଲ୍ଲା ସଭାପତି ଦେର୍ବାସ ଦିଗାଲଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଅନଲାଇନ୍ ମାଧ୍ୟମରେ ଦଳର ନୂତନ ସଦସ୍ୟ ଭାବେ ଯୋଗଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସଞ୍ଜୀବ କୁମାର ପ୍ରଧାନ, ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଭାନେତ୍ରୀ ଗୀତାଞ୍ଜଳି ମାଝୀ, କୋଟଗଡ଼ ବ୍ଲକ ସଭାପତି ଶିଶିର ମାଝୀ ଓ ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ବୀରେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ରହି ଅଭିଯାନକୁ ଆଗେଇ ନେଇଥିଲେ।ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଆଗାମୀ ନିର୍ବାଚନ ପୂର୍ବରୁ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ଏହି ଅଭିଯାନ ଚାଲିଥିବା ନେତୃବୃନ୍ଦ ପ୍ରକାଶ କରିଛନ୍ତି।ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳ ପରି ମୌଳିକ ସମସ୍ୟାଗୁଡ଼ିକୁ ନେଇ ଦଳ ସାଧାରଣ ଲୋକଙ୍କ ନିକଟକୁ ଯାଇ ସଚେତନତା ସୃଷ୍ଟି କରିବା ସହ ସମାଧାନ ପାଇଁ ସ୍ୱର ଉଠାଇବ ବୋଲି କହିଛି।ଏହି ଅବସରରେ ଝିରିପାଣି ମାଝୀ, ପ୍ରଶାନ୍ତ ସୁକାମାଝୀ, ପ୍ରମୋଦ ଯାନୀ, ଅଭିମନ୍ୟୁ ପାଟମାଝୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ସମର୍ଥକ ଉପସ୍ଥିତ ରହିଥିଲେ।