ଆଧ୍ୟାତ୍ମିକ ବିନା ବିଜ୍ଞାନର ବିକାଶ ଅସମ୍ଭବ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ ଭବନରେ “ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା” ଆଧାରିତ “ନୂତନ ଭାରତ ଗଠନରେ ଶିକ୍ଷକମାନଙ୍କର ଅବଦାନ” ଉପରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା। ପ୍ରାରମ୍ଭରେ ସମସ୍ତ ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅତିଥିମାନଙ୍କୁ ଫୁଲ ଓ ତିଳକ ଦ୍ୱାରା ସ୍ୱାଗତ କରାଯାଇଥିବା ବେଳେ ଶିଶୁମାନଙ୍କ ଦ୍ୱାରା ମନୋରମ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ସେବାକେନ୍ଦ୍ରର ସଞ୍ଚାଳିକା ତଥା ବ୍ରହ୍ମା କୁମାରୀ ଜ୍ୟୋତି ଭଉଣୀଙ୍କ ତତ୍ୱାବଧ୍ୟାନରେ ଅତିଥି ପରିଚୟ ଏବଂ ପ୍ରଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜଟଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ, ଭୁବନେଶ୍ୱର ହରିଡାମଡା ସ୍ଥିତ ଡି.ଆର୍.ସି ର ମୁଖ୍ୟ ରାଜଯୋଗିନୀ ବ୍ରହ୍ମା କୁମାରୀ ଲିନା ଭଉଣୀ ମୁଖ୍ୟ ବକ୍ତା, ବ୍ରହ୍ମାକୁମାରୀ ସଂସ୍ଥାର ୩୦ ବର୍ଷର ବିଦ୍ୟାର୍ଥୀ ପ୍ରାଧ୍ୟାପିକା ଡଃ ପ୍ରତିଭା ମହାରଥୀ ପ୍ରେରଣାଦାୟୀ ବକ୍ତା, ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡ଼ ଅଭୟ ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ବିଆରସିସି ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ସଂମାନିତ ଅତିଥି ରୂପେ ଯୋଗଦେଇଥିଲେ। ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସମସ୍ତ ବିଦ୍ୟାଳୟର ୨୦୦ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଆଧ୍ୟାତ୍ମିକ ଜ୍ଞାନହାରଣ କରିଥିଲେ। ବି.କେ ଲୀନା ଭଉଣୀ ନିଜ ଜୀବନରେ କିପରି ଆଧ୍ୟାତ୍ମିକ ଉନ୍ନତି କରିପାରିବା ତଥା ପରମପିତା ପରମାତ୍ମାଙ୍କ ସାନିଧ୍ୟ ଲାଭ କରିପାରିବା ଏହା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହି ପରି ଭାରତକୁ ବିଶ୍ଵ ଗୁରୁ କରି ଗଢିତୋଳିବା ରେ , ଶିକ୍ଷାଦାନ ରେ ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷା ନିହାତି ଆବଶ୍ୟକ ବୋଲି ପ୍ରାଧ୍ୟାପିକା ଡଃ ମହାରଥୀ କହିଥିଲେ। ଡ଼. ମଲ୍ଲିକ ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ବିଇଓ ଶ୍ରୀଯୁକ୍ତ ସାମନ୍ତସିଂହାର ମଧ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ନୈତିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେଗୁରୁତ୍ୱ ଆରୋପ କରିଥିଲେ। ବିଡ଼ିଓ ଶ୍ରୀ ଯୁକ୍ତ ହାତୀ ନିଜ ବ୍ୟକ୍ତବ୍ୟରେ “ଶିକ୍ଷା କ୍ଷେତ୍ରରେ ଆଧ୍ୟାତ୍ମିକତାର ଗୁରୁତ୍ୱ ଓ ଦାୟିତ୍ୱବାନ ନାଗରିକ ଗଠନରେ ଏହାର ଭୂମିକା” ସମ୍ପର୍କରେ ଆଲୋକପାତ କରିଥିଲେ। ବିଆରସିସି ଶ୍ରୀଯୁକ୍ତ ବେହେରା ନିଜର ଆଧ୍ୟାତ୍ମିକ ଅନୁଭୂତି ଉପରେ ବ୍ୟକ୍ତବ୍ୟ ରଖିଥିଲେ। ବ୍ରହ୍ମାକୁମାରୀ ମମତା ଭଉଣୀ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। ଦିପୁ ଭାଇ ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିକେ ଅଶୋକ ବଳିଆରସିଂ, ବିକେ ବିଜୟିନୀ ଭଉଣୀ, ବିକେ ଟିକି ଭଉଣୀ, ବିକେ ସରୋଜ ଭାଇ, ବିକେ ଶ୍ରୀପତି ଭାଇ ପ୍ରମୁଖ ଏବଂ ସମସ୍ତ ବିକେ ଭାଇଭଉଣୀ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣଭାବେ ସହଯୋଗକରି ପରିଚାଳନା କରିଥିଲେ। ପରିଶେଷରେ ଡ଼.ରଶ୍ମିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!