ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଗତ ରବିବାର ଜଟଣୀସ୍ଥ ରେଲୱେ ହାଇସ୍କୁଲର ୧୯୯୫ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି. ସ୍ଥାନୀୟ ରେଲୱେ ଅଫିସର୍ସ କ୍ଳବ ପରିସରରେ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୧୯୯୫ମସିହାର ବହୁ ଛାତ୍ରୀଛାତ୍ର ଯୋଗଦେଇଥିଲେ.ବର୍ତ୍ତମାନ ସମୟରେ ଅତୀତର ସ୍ମୃତି ଉଜ୍ଜୀବିତ କରିବା ସହ ନିଜ ନିଜ ଶିକ୍ଷା ଏବଂ କର୍ମମୟ ଜୀବନର ଅନୁଭୂତି ବାଣ୍ଟିଥିଲେ. ଏହି ଅବସରରେ ବର୍ତମାନ ପରିସ୍ଥିତିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିର୍ଦେଶକୁ ପାଥେୟ କରି ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟରୁ ଦେଶକୁ ସହଯୋଗକରି ଦେଶର ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ. ବନ୍ଧୁ ମିଳନ ପରିପ୍ରେକ୍ଷୀରେ ମ୍ୟୁଜିକ ଚେୟାର, ସଂଗୀତ,ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନ ପ୍ରତିଯୋଗତାର ଆୟୋଜନ କରାଯାଇଥିଲା.କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପୁରାତନ ଛାତ୍ରୀଛାତ୍ରଙ୍କୁ ସ୍ମୃତିଚିହ୍ନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା.ଏହି କାର୍ଯ୍ୟକ୍ରମରେ 50ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଯୋଗ ଦେଇଥିଲା ବେଳେ ମନସ୍ୱନି ରଥ, ସ୍ମିତା ମିଶ୍ର, ଶକୁନ୍ତଳା ସ୍ୱାଇଁ, ପ୍ରଶାନ୍ତ ସାହୁ, ମହମଦ ଇମତିଆଜ, ବିଷ୍ଣୁ ପ୍ରସାଦ ପଟନୟକ ପ୍ରମୁଖ କାର୍ଯ୍ୟକ୍ରମ ସଫଳ ହେବାରେ ସାହାଯ୍ୟ ଓ ସହଯୋଗ କରିଥିଲେ.