ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଉତ୍ତେଜନା

ବାଲିଗୁଡା, ୨୫/୦୫ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର କୁଡକେଲକିଆ ଘାଟି ବୁଲାଣି ନିକଟରେ ରବିବାର ସନ୍ଧ୍ୟାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୁଡକେଲକିଆ ଗାଁର ବୀରେନ୍ଦ୍ର ମଳିକ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ବୀରେନ୍ଦ୍ର ନିଜ ଗାଁ କୁଡକେଲକିଆରୁ ବାଇକ ଯୋଗେ ମେଲସିକିଆ ଗାଁକୁ ଯାଉଥିବା ବେଳେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦାବିରେ

ମୁଖ୍ୟମନ୍ତ୍ରୀ ବସ ଧକ୍କାରେ ବାଇକ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଉତ୍ତେଜନା

ଗ୍ରାମବାସୀମାନେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର କରିବାକୁ ମନା କରିଥିଲେ। ଏହାସହ ଦୁର୍ଘଟଣା ଘଟାଇଥିବା ସରକାରୀ ବସକୁ ମଧ୍ୟ ଅଟକ ରଖିଥିଲେ।ଖବର ପାଇ ବାଲିଗୁଡା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷତିପୂରଣ ପ୍ରଦାନ ନେଇ ପ୍ରତିଶୃତି ଦେବା ପରେ ସ୍ଥାନୀୟ ବାସିନ୍ଦାମାନେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ଛାଡ଼ିଥିଲେ।

Smart Computer Ad
You might also like
error: Content is protected !!