କନ୍ଧମାଳ,୨୪/୦୫: ସୁକାନ୍ତ କୁମାର ତ୍ରିପାଠୀ
ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ ଓ ଓପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରାକନ୍ଧମାଳର ନୂଆ ଏସପି ହେଲେ ରମେନ୍ଦ୍ର ପ୍ରସାଦଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବିଭାଗରେ ୧୮ ଜଣ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ (ଏସପି) ଭାବେ ୨୦୨୨ ବ୍ୟାଚର ଆଇପିଏସ ଅଧିକାରୀ ରମେନ୍ଦ୍ର ପ୍ରସାଦଙ୍କୁ ନିଯୁକ୍ତି ମିଳିଛି।ବର୍ତ୍ତମାନ କନ୍ଧମାଳ ଏସପି ଥିବା ହରିଶ ବିଶିଙ୍କୁ ଗଞ୍ଜାମ ଜିଲ୍ଲାର ନୂତନ ଏସପି ଭାବେ ବଦଳି କରାଯାଇଛି। ହରିଶ ବିଶି କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସମୟରେ ମାଓବାଦୀ ଦମନ, ଚୋରା ଗଞ୍ଜେଇ ଚାଲାଣ ରୋକିବା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବାରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।ନୂତନ ଏସପି ରମେନ୍ଦ୍ର ପ୍ରସାଦ ପୂର୍ବରୁ ରାୟଗଡା ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ ସେ ବାଲିଗୁଡା ଏସଡିପିଓ ଭାବେ ପ୍ରଥମ ନିଯୁକ୍ତି ପାଇ କାର୍ଯ୍ୟଭାର ଗ୍ରହଣ କରିଥିଲେ। ବାଲିଗୁଡା ଉପଖଣ୍ଡରେ କାର୍ଯ୍ୟରତ ସମୟରେ ସେ ଆଇନ ଶୃଙ୍ଖଳା ରକ୍ଷା, ସାଇବର କ୍ରାଇମ ରୋକଥାମ ଓ ଚୋରା ଗଞ୍ଜେଇ କାରବାର ବିରୋଧରେ କଠୋର ପଦକ୍ଷେପ ନେଇ ସାଧାରଣ ଲୋକଙ୍କ ଆସ୍ଥା ହାସଲ କରିପାରିଥିଲେ।ପରବର୍ତ୍ତୀ ସମୟରେ ସେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଏସପି ଭାବେ ମଧ୍ୟ ଦାୟିତ୍ୱ ପାଳନ କରିଥିଲେ। ତାଙ୍କର ପୁନଃ କନ୍ଧମାଳ ଜିଲ୍ଲାକୁ ଏସପି ଭାବେ ନିଯୁକ୍ତିକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି।