ବାଲିଗୁଡାରେ ପ୍ରବଳ ଖରା ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

ବାଲିଗୁଡା,୨୪/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଏବେ ପ୍ରବଳ ଖରା ଓ ତାତିଲା ପବନ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଦିନକୁ ଦିନ ଟେମ୍ପରେଚର ବୃଦ୍ଧି ପାଉଥିବା ବେଳେ ତିବ୍ର ଗରମରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଦିନ ସମୟରେ ରାସ୍ତାଘାଟ ଶୂନଶାନ

ବାଲିଗୁଡାରେ ପ୍ରବଳ ଖରା ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

ଦେଖାଯାଉଛି।ଅତ୍ୟଧିକ ଗରମ ସହ ବିଦ୍ୟୁତ୍‌ ବିଭ୍ରାଟ ଓ ଲୋଭୋଲ୍ଟ ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇଦେଇଛି। ବହୁ ସମୟ ଧରି କରେଣ୍ଟ ନ ରହିବାରୁ ଘରେ ଏସି ଓ ପଙ୍ଖା ଚାଲୁନଥିବାରୁ ଲୋକେ ଅସହ୍ୟ ଗରମରେ କଷ୍ଟ ପାଉଛନ୍ତି। ପାଣି ସମସ୍ୟା ମଧ୍ୟ ଗୁରୁତର ଆକାର ନେଇଥିବା ବେଳେ ଅନେକ ସ୍ଥାନରେ ପିଇବା ପାଣି ପାଇଁ

ବାଲିଗୁଡାରେ ପ୍ରବଳ ଖରା ପ୍ରକୋପ, ଜନଜୀବନ ଅସ୍ତବ୍ୟସ୍ତ

ଲୋକେ ଡ଼ହକବିକଳ ହେଉଛନ୍ତି।କେବଳ ମଣିଷ ନୁହେଁ, ଗୋରୁ ଗାଈ ସହ ଅନ୍ୟାନ୍ୟ ପଶୁମାନେ ମଧ୍ୟ ପାଣି ଅଭାବରେ ହଇରାଣ ହେଉଛନ୍ତି। ଗାଁ ଅଞ୍ଚଳରେ ପୋଖରୀ ଓ ଜଳସ୍ରୋତ ଶୁଖିଯାଉଥିବାରୁ ପଶୁମାନଙ୍କ ପାଇଁ ପାଣି ସଙ୍କଟ ଦେଖାଦେଇଛି।

Smart Computer Ad
You might also like
error: Content is protected !!