ବାଲିଗୁଡା,୨୦/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାର ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିଗୁଡାର AHSE- 2026 ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି।କଳା ବିଭାଗରେ ୩୧୮ ଜଣ ପରୀକ୍ଷା ଦେଇଥିବାବେଳେ ୨୮୦ ଜଣ ଉତ୍ତୀର୍ଣ୍ଣ ହୋଇ ୮୮.୦୫ ପ୍ରତିଶତ ଫଳାଫଳ ହାସଲ କରିଛନ୍ତି। ବାଣିଜ୍ୟ ବିଭାଗରେ ୧୧୦ ଜଣ ମଧ୍ୟରୁ ୯୪ ଜଣ ଉତ୍ତୀର୍ଣ୍ଣ ହୋଇ ୮୫.୪୫ ପ୍ରତିଶତ ଫଳ ପାଇଛନ୍ତି। ସେହିପରି ବିଜ୍ଞାନ ବିଭାଗରେ ୧୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୯୧ ଜଣ ଉତ୍ତୀର୍ଣ୍ଣ ହୋଇ ୬୫ ପ୍ରତିଶତ ଫଳାଫଳ ରେକର୍ଡ ହୋଇଛି।ପ୍ରତ୍ୟେକ ବିଭାଗରେ ସର୍ବାଧିକ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳା ବିଭାଗରେ ଦୀପାଞ୍ଜଳି କନ୍ହର ୫୩୬ ନମ୍ବର ସହ ୮୯.୩୩ ପ୍ରତିଶତ, ବାଣିଜ୍ୟ ବିଭାଗରେ ସମ୍ବିତ ଦାସ ୫୦୯ ନମ୍ବର ସହ ୮୪.୮୩ ପ୍ରତିଶତ ଏବଂ ବିଜ୍ଞାନ ବିଭାଗରେ କୁଞ୍ଜା ସିଂ ପାତ୍ର ୪୭୪ ନମ୍ବର ସହ ୭୯ ପ୍ରତିଶତ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି।ବିଦ୍ୟାଳୟର ଏହି ସଫଳତା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
