ସାରା ଦେଶରେ ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ : କନ୍ଧମାଳ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସମର୍ଥନ

ବାଲିଗୁଡା,.୨୦/୦୫ : ସୁକାନ୍ତ କୁମାର ତ୍ରିପାଠୀ

ଅଲ୍ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ୨୦ ତାରିଖରେ ଦିଆଯାଇଥିବା ୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ ଡାକରାକୁ କନ୍ଧମାଳ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ସଂଘ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଜଣାଯାଇଛି।ଔଷଧର ଅନଲାଇନ ବିକ୍ରୟ ବନ୍ଦ କରିବା, କର୍ପୋରେଟ ସଂସ୍ଥାମାନଙ୍କ ଦ୍ୱାରା ଅତ୍ୟଧିକ ରିହାତି ପ୍ରଦାନକୁ ରୋକିବା ଏବଂ ବଜାରରୁ ନକଲି ଔଷଧକୁ ଦୂର କରିବା ଭଳି ତିନୋଟି ପ୍ରମୁଖ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇ ବନ୍ଦ ପାଳନକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଆହ୍ୱାନ କରାଯାଇଥିଲା। ସଂଘର ସଭାପତି ସୁଶାନ୍ତ କୁମାର ପଣ୍ଡା ଓ ସମ୍ପାଦକ ରାମଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନର କେମିଷ୍ଟମାନେ ଯୋଗଦେଇଥିଲେ।ବନ୍ଦକୁ ସଫଳ କରିବା ପାଇଁ ସମସ୍ତ ଔଷଧ ବ୍ୟବସାୟୀଙ୍କ ସହିତ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ସଂଘ ପକ୍ଷରୁ ଲୋଡ଼ାଯାଇଛି।କନ୍ଧମାଳ ଜିଲ୍ଲା ସମସ୍ତ କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ସଭ୍ୟ ଙ୍କ ସମର୍ଥନ ରେ ବନ୍ଦ ଡାକରା ସମ୍ପୂର୍ଣ ସଫଳ ହୋଇଛି ।

Smart Computer Ad
You might also like
error: Content is protected !!