ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବାଲିଗୁଡା : ୧୩/୦୫ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ମୋଟ ୭୩ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୫ଟି ବ୍ୟକ୍ତିଗତ ଓ ୧୮ଟି ସାମୂହିକ ଅଭିଯୋଗ ଥିଲା।କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ, ଆରକ୍ଷୀ ଅଧୀକ୍ଷକ ହରିଶ ବିସି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ଏହି ଅଭିଯୋଗ ଶୁଣାଣି ସମୟରେ ଜମିହୀନ ଏବଂ ‘ବସୁନ୍ଧରା’

ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଯୋଜନାର ନୂତନ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା। ରାସ୍ତାଘାଟ ସମସ୍ୟା, ମୋବାଇଲ ଟାୱାର ସ୍ଥାପନ, ଆବାସ ଯୋଜନା, ଭତ୍ତା ପ୍ରଦାନ, ଭିନ୍ନକ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ମୌଳିକ ସମସ୍ୟା ନେଇ ଅଭିଯୋଗ ଆସିଥିଲା।ଜିଲ୍ଲାପାଳ ବେଦଭୂଷଣ ନୂତନ ଅଭିଯୋଗ ଶୁଣିବା ସହ ପୂର୍ବରୁ ଥିବା ଅନେକ ଅଭିଯୋଗର ମଧ୍ୟ ସମାଧାନ କରିଥିଲେ। କାର୍ଯ୍ୟକ୍ରମରେ ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡିଓ ଅକ୍ଷୟ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

You might also like
error: Content is protected !!