ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ବାଲିଗୁଡା, ତା.୧୨/୦୫ : ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ସହରରେ ଡିସିବି ବ୍ୟାଙ୍କର ଏକ ନୂତନ ଶାଖା ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ଉଦ୍‌ଘାଟିତ ହୋଇଯାଇଛି। ସହରର ମହାଲଷ୍ମୀ ଏଚପି ପେଟ୍ରୋଲ ପମ୍ପ ନିକଟରେ ଏହି ନୂତନ ଶାଖା ଆରମ୍ଭ ହୋଇଥିବା ବେଳେ ଉଦ୍‌ଘାଟନୀ ଉତ୍ସବରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ

ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଶ୍ରୀ କୃପାସିନ୍ଧୁ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟାଙ୍କର ନୂତନ ଶାଖାକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନେସି ଅଧିକାରୀ ଶ୍ରୀ ବିବେକାନନ୍ଦ ଦଳାଇ ଉପସ୍ଥିତ ରହିଥିଲେ।ଡିସିବି ବ୍ୟାଙ୍କର ସିନିଅର ରିଜିଅନାଲ ହେଡ୍ ପ୍ରିୟବ୍ରତ ସାମଲ

ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବା ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଇଥିବା ବେଳେ ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ ସମଗ୍ର କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ।କ୍ଲଷ୍ଟର ହେଡ୍ ଶ୍ରୀ ମଲୟ ରଞ୍ଜନ ପଟ୍ଟନାୟକ, କ୍ଲଷ୍ଟର ଅପରେସନ୍ ହେଡ୍ ଶ୍ରୀ ଚିନ୍ମୟ କୁମାର ଦାଶ,ଡିସିବି ବ୍ୟାଙ୍କର କର୍ମଚାରୀ ଉପସ୍ଥିତ ଥିଲେ ଓ ନୂତନ ଶାଖା ଖୋଲାଯିବା ଫଳରେ ବାଲିଗୁଡା ଓ ଆସପାସ ଅଞ୍ଚଳର ଲୋକମାନେ ଆଧୁନିକ ବ୍ୟାଙ୍କିଙ୍ଗ ସେବା ସହଜରେ ପାଇପାରିବେ ବୋଲି ସ୍ଥାନୀୟ ଲୋକମାନେ ଆଶା ପ୍ରକାଶ କରିଛନ୍ତି।

ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

You might also like
error: Content is protected !!