ବାଲିଗୁଡାରେ ଝଡ଼ ସହ ବର୍ଷା, ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ଯାମରେ ଅସୁବିଧା

ବାଲିଗୁଡା,୦୫/୦୫ ସୁକାନ୍ତ କୁମାର ତ୍ରିପାଠୀ

ଆଜି ବାଲିଗୁଡା ଅଞ୍ଚଳରେ ହଠାତ୍ ଘଡଘଡି ସହିତ ଜୋର ପବନ ବର୍ଷା ହେବାରୁ ଜନଜୀବନ କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ଅପରାହ୍ନ ସମୟରେ ଆକାଶ ମେଘାଚ୍ଛନ୍ନ ହୋଇ ପରେ ମେଘଗର୍ଜନ ସହିତ ବର୍ଷା ଆରମ୍ଭ ହୋଇଥିଲା।ବିଶେଷକରି ସ୍ଥାନୀୟ ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ଯାମ ହୋଇ ପାଣି ଜମି ଯାଇଥିବାରୁ ଯାତାୟାତ ଓ ପଦଚାରୀମାନେ ଅସୁବିଧାର ସମ୍ମୁଖୀନ ହେଲେ। ପବନର ତୀବ୍ରତା ବୃଦ୍ଧି ପାଇଥିବାରୁ କିଛି

ବାଲିଗୁଡାରେ ଝଡ଼ ସହ ବର୍ଷା, ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ଯାମରେ ଅସୁବିଧାବାଲିଗୁଡାରେ ଝଡ଼ ସହ ବର୍ଷା, ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ଯାମରେ ଅସୁବିଧାବାଲିଗୁଡାରେ ଝଡ଼ ସହ ବର୍ଷା, ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ଯାମରେ ଅସୁବିଧା

ସ୍ଥାନରେ ଛୋଟ ଗଛ ଓ ଡାଳି ଭାଙ୍ଗି ପଡ଼ିଥିବା ଖବର ମିଳିଛି।ସ୍ଥାନୀୟ ଲୋକମାନେ ଡ୍ରେନ ପରିଷ୍କାର କରିବା ପାଇଁ ପ୍ରଶାସନଙ୍କୁ ଦାବି କରିଥିବା ବେଳେ, ଏପରି ବର୍ଷା ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ କିଛି ରାହାତ ଆଣିପାରେ ବୋଲି ମତ ପ୍ରକାଶ ପାଇଛି।

You might also like
error: Content is protected !!