ବାଲିଗୁଡା, ତା. ୦୫/୦୫ : ସୁକାନ୍ତ କୁମାର ତ୍ରିପାଠୀ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଦଳର ସଫଳତା ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନଗରରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ମାହୋଳ ଦେଖିବାକୁ ମିଳିଛି। ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ଆୟୋଜନ କରାଯାଇଥିଲା।ସୋମବାର ସନ୍ଧ୍ୟା ସମୟରେ ସ୍ଥାନୀୟ ପିଡବ୍ଲୁଡି ଛକ ନିକଟରେ କର୍ମୀମାନେ ପଟାକା ଫୁଟାଇ ଓ ଉଲ୍ଲାସ ପ୍ରକାଶ କରିଥିଲେ। ସେହି ସହ ଅଞ୍ଚଳବାସୀଙ୍କୁ ଝାଲମୁଢି ଓ ବିଭିନ୍ନ ପ୍ରକାରର ମିଷ୍ଟାନ ବଣ୍ଟନ କରାଯାଇ ଆନନ୍ଦ ଭାଗ କରାଯାଇଥିଲା।ଏହି ଉତ୍ସବରେ ବିଜେପିର ରାଜ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ବରିଷ୍ଠ କର୍ମୀ ପଦ୍ମଚରଣ ଦାସ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ ସହ ଦିବାକର ସାହୁ, ରଞ୍ଜିତ କୁମାର ଚୌଧୁରୀ, ମହିଳା ସଭାନେତ୍ରୀ ସୁଷମା ସାହୁ, ଶୁଭାଶିଷ ମିଶ୍ର ଓ ଅନ୍ୟାନ୍ୟ ଶତାଧିକ କର୍ମୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।