ଲାଂଜିପଲ୍ଲୀ ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ବିଶ୍ବ ହସ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଅଦ୍ୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ମେ ମାସ ପ୍ରଥମ ରବିବାର “ବିଶ୍ବ ହସ ଦିବସ” ଉପଲକ୍ଷେ ଉପଦେଷ୍ଠା ପ୍ରଫେସର ଭାସ୍କର ପାଢ଼ୀ, ସଭାପତି ଶ୍ରୀ ବିଶ୍ବନାଥ ପାଢ଼ୀ, ସଂପାଦକ ଶ୍ରୀ ଶାନ୍ତନୁ କୁମାର ମିଶ୍ର, ଉପ ସଭାପତି ପ୍ରଫେସର ଅରୁଣ କୁମାର ପଣ୍ତା ଓ ଯୁଗ ସଂପାଦକ ପ୍ରଫେସର ସୁଦର୍ଶନ ଦାସ ଓ ହସ ଗୁରୁ ସୁଜନ ଶୁକ୍ଳଙ୍କ ତତ୍ତ୍ବାବଧାନରେ ହସର ଆବଶ୍ୟକତା ଓ ଉପକାରିତା ବିଷୟରେ ଏକ ଜନ ସଚେତନତା ଶୋଭାଯାତ୍ରା ବାହାରି ଲାଂଜିପଲ୍ଲୀର ବିଭିନ୍ନ ସାହି ଭ୍ରମଣ କରିଥିଲେ ।ସର୍ବଶ୍ରୀ ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ଯ, ସର୍ଜଣ୍ଟ ରମେଶ ଚନ୍ଦ୍ର ମହାନ୍ତି, କେ. କ୍ରିଷ୍ଣା ରାଓ, ଶିବରାମ ପାଣିଗ୍ରାହୀ, ବିଭୂତି ଭୂଷଣ ବେହେରା, ପ୍ରଫୁଲ୍ଲ ପାତ୍ର, ଅଭିମନ୍ୟୁ ମହାରଣା, ଚିତ୍ତ ରଂଜନ ସାହୁ, ପୁରନ୍ଦର ମହାଙ୍କୁଡ, ରବିନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ବେହେରା, ଦିବାକର ପାତ୍ର, କୁମୁଦ ଚନ୍ଦ୍ର ବେହେରା, ପଦ୍ମ ଚରଣ ନନ୍ଦଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଈ ଶୋଭାଯାତ୍ରାକୁ ସୁଚାରୁରୁପେ ପରିଚାଳନା କରିଥିଲେ । ପରିଶେଷରେ ସାମାନ୍ୟ ଜଳଯୋଗସହ କାର୍ଯ୍ଯକ୍ରମ ସମାପ୍ତ ହୋଇଥିଲା ।

Smart Computer Ad
You might also like
error: Content is protected !!