ଗଞ୍ଜାମ ଜିଲ୍ଲା ଧରାକୋଟ ବି ଡି ଓ ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଧରାକୋଟ ବ୍ଲକରେ କାର୍ଯ୍ୟରତ ଥିବା ବି ଡି ଓ ସଂଗ୍ରାମ କେଶରୀ ଜେନା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ସଭା ଗୃହ ରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ବିଭାଗୀୟ ଅଧିକାରୀ ସଞ୍ଜୟ ପରିଚ୍ଛା, ସହକାରି ଯନ୍ତ୍ରୀ ଡି କନ୍ୟା କୁମାରୀ,ବିକ୍ରମ ସୋରେନ, ଚିନ୍ମୟୀ ରାଉତ, ଅର୍ଚ୍ଚନା ପଣ୍ଡା,କନିଷ୍ଠ ଯନ୍ତ୍ରୀ ପ୍ରେମ ରଞ୍ଜନ ମହାପାତ୍ର, ବିଜୟ ଲକ୍ଷ୍ମୀ ସାହୁ, ବି ଏଫ ଓ ସୁରେଶ ବେହେରା, ଜି ପି ଇ ଓ ଦେବରାଜ ନାୟକ,ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ଏ ପି ଓ ନନ୍ଦିନୀ ଦାସ, ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗର କୃଷ୍ଣକାନ୍ତ ପଣ୍ଡା , ଏ ସି ପି ଅମେସ ବେହେରା, ଆଶୁତୋଷ ସ୍ୱାଇଁ, ସଞ୍ଜୀବ ରାଉଳ, ଦୀପକ ପଟ୍ଟନାୟକ, ସି ପି ଲମ୍ବୋଦର ଗୌଡ, ବି ଏସ ଏସ ଓ ସଚିନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦାୟୀ ବି ଡି ଓ ଙ୍କ କର୍ତ୍ତବ୍ୟ ପରାୟଣ ଗୁଣ,ସହଯୋଗୀ ମନୋଭାବ ଓ ସମୟାନୁ ବର୍ତିତା ଗୁଣ ର ଭୁରୀୟସି ପ୍ରଶଂସା କରାଯାଇଥିଲା । ଗଣେଶ ପାଣିଗ୍ରାହୀ ରିପୋର୍ଟ

Smart Computer Ad
You might also like
error: Content is protected !!