ଦାରିଙ୍ଗବାଡ଼ି,୦୪/୦୫: ସୁକାନ୍ତ କୁମାର ତ୍ରିପାଠୀ
ଦାରିଙ୍ଗବାଡ଼ି ଥାନା କେସ ନମ୍ବର ୧୦୬, ତାରିଖ ୦୩.୦୫.୨୦୨୬ ଅନୁଯାୟୀ ଅସ୍ତ୍ର ଆଇନ ୨୫(୧-ବି)(ଏ) ଅଧୀନରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବିଶ୍ୱସନୀୟ ସୂଚନାର ଆଧାରରେ ପୋଲିସ ପାର୍ଟାମାହା ଜଙ୍ଗଲରେ ଚଢ଼ାଉ କରିଥିଲା।ଏହି ଚଢ଼ାଉ ସମୟରେ ୩ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଅସ୍ତ୍ରଗୁଡ଼ିକୁ ବନ୍ୟପ୍ରାଣୀଙ୍କୁ ଅବୈଧ ଭାବେ ଶିକାର

କରିବା ସହିତ ଅନ୍ୟାନ୍ୟ ଅବୈଧ କାର୍ଯ୍ୟ ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିଲା।ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନସମ୍ମତ କାର୍ଯ୍ୟନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି।
