ତୁମୁଡ଼ିବନ୍ଧ ଅଞ୍ଚଳରୁ ୭ ଦେଶୀ ବନ୍ଧୁକ ଜବତ


ବାଲିଗୁଡ଼ା,୦୪/୦୫ : ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ପୁଲିସ ବଡ଼ ସଫଳତା ହାସଲ କରି ୭ଟି ଦେଶୀ ବନ୍ଧୁକ ଜବତ କରିଛି। ଏହା ସମ୍ବନ୍ଧରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ବୋସଲେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ତୁମୁଡ଼ିବନ୍ଧ ଅଞ୍ଚଳର ଜଙ୍ଗଲ ମଧ୍ୟରୁ ପ୍ରଥମେ ୩ଟି ଦେଶୀ ବନ୍ଧୁକ ମିଳିଥିଲା। ପରେ ପୁଲିସ ଦଳ ନିକଟସ୍ଥ ଘରଗୁଡ଼ିକୁ ତଲାଶି କରିବା ସମୟରେ ଆଉ ୪ଟି ବନ୍ଧୁକ ଜବତ କରିଥିଲେ। ଏଭଳି ମୋଟ ୭ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ପୁଲିସ ପକ୍ଷରୁ ନିଶ୍ଚିତ କରାଯାଇଛି।ଏହି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିବା ବେଳେ, ଏହା ପଛରେ କିଏ ଜଡିତ ଅଛନ୍ତି ଓ କେଉଁ ଉଦ୍ଦେଶ୍ୟରେ ଏହି ବନ୍ଧୁକଗୁଡ଼ିକ ରଖାଯାଇଥିଲା ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Smart Computer Ad
You might also like
error: Content is protected !!