ବିଶ୍ବ ସମ୍ବାଦ କେନ୍ଦ୍ର ପାଳିଲା ନାରଦ ଜୟନ୍ତୀ

ବ୍ରହ୍ମପୁର, ୨/୫/୨୬(ନ୍ୟୁଜନର୍ଭ): ବିଶ୍ବ ସମ୍ବାଦ କେନ୍ଦ୍ର ବ୍ରହ୍ମପୁର ଶାଖା ତରଫରୁ ଶନିବାର ହିଲପାଟଣାସ୍ଥିତ ସିଦ୍ଧ ବିନାୟକ ସେବା ମଣ୍ଡପରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ବାଳକୃଷ୍ଣ ପଣ୍ଡା ଉଦଘାଟକ, ବ୍ରହ୍ମପୁର ମହାନଗର ନିଗମ ଉପାୟୁକ୍ତ ଶ୍ରୀମତି କଲ୍ୟାଣ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ-ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ମନୀନ୍ଦ୍ର ସୁନ୍ଦର ଦାସ ମୁଖ୍ୟ ବକ୍ତା ଥିଲେ। ସଭାପତିତ୍ୱ କରିଥିଲେ ବିଜୁ ପଟ୍ଟନାୟକ ହୋମିଓପାଥି ମେଡିକାଲ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ ପତି। ଶ୍ରୀ ପଣ୍ଡା ସଂସ୍କୃତି ଆଧାରିତ ଶିକ୍ଷା ଦ୍ବାରା ରାଷ୍ଟ୍ର ଜାଗରଣ ସମ୍ଭବ ବୋଲି ମତ ରଖି ସାମ୍ବାଦିକମାନେ ସ୍ପଷ୍ଟବାଦୀ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ସାମ୍ପ୍ରତିକ ସମୟରେ ଗଣମାଧ୍ୟମ କ୍ଷେତ୍ରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଯାବତୀୟ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଯଥାସାଧ୍ୟ ନିରପେକ୍ଷ, ସତ୍ୟନିଷ୍ଠା, ନିର୍ଭିକତା, ଅନିସନ୍ଧିତ୍ସୁ ସାମ୍ବାଦିକଙ୍କ ଧ୍ୟେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଦେବର୍ଷି ନାରଦଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଭକ୍ତି ସୂତ୍ରର ବାଖ୍ୟା କରି ବର୍ତ୍ତମାନର ସମୟରେ ଗଣମାଧ୍ୟମ ଜଗତରେ ତାହାର ଉପଯୋଗୀତା ବର୍ଣ୍ଣନା କରିଥିଲେ।ବରିଷ୍ଠ ସାମ୍ବାଦିକ ତଥା ପ୍ରମେୟ ବ୍ରହ୍ମପୁର ସଂସ୍କରଣ ଡିଜିଏମ୍ ଶ୍ରୀ ଅମ୍ବିକା ପ୍ରସାଦ ଦାଶ ଏବଂ ଛତ୍ରପୁରର ସ୍ତମ୍ଭକାର ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ବିଭାଗର ଅତିଥି ଅଧ୍ୟାପକ ଡକ୍ଟର ଭି.ରାଜେନ୍ଦ୍ର ରାଜୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ସମୀର ଆଚାର୍ଯ୍ୟ ଅତିଥି ପରିଚୟ କରିଥିବା ବେଳେ ବିବରଣୀ ପାଠ କରିଥିଲେ ଶ୍ରୀ ପ୍ରହଲ୍ଲାଦ ପାଣିଗ୍ରାହୀ। ଶ୍ରୀମତି ରଶ୍ମିତା ପାଣିଗ୍ରାହୀ ମାନପତ୍ର ପାଠ କରିଥିବା ବେଳେ ଶ୍ରୀ ମାଧବ ନାୟକ ସଂଯୋଜନା କରିଥିଲେ। ରାମହରି ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାର୍ଥୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।

Smart Computer Ad
You might also like
error: Content is protected !!