ଶ୍ରୀ ବଳଦେବଜୀଉ ମନ୍ଦିର ସେବାୟତ, ବରିଷ୍ଠ ଶିକ୍ଷାବିତ୍, ସଂସ୍କୃତି ଗବେଷକ ତଥା ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମେକାପଙ୍କ ପରଲୋକ

କେନ୍ଦ୍ରାପଡ଼ା,(ବିଚିତ୍ର ସାହୁ):-

ଆଉ ନାହାନ୍ତି ଗବେଷକ ନିରଞ୍ଜନ ମେକାପ ଆଜି ତାରିଖ ୨୮.୦୪.୨୦୨୬ (ମଙ୍ଗଳବାର) ଦିନ ବଳଦେବଜୀଉଙ୍କ ଅନନ୍ୟ ସେବକ, ବରିଷ୍ଠ ଶିକ୍ଷାବିତ୍, ଗବେଷକ ଏବଂ ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ନେକପଙ୍କର ଦେହାବସାନ ଘଟିଅଛି।

ଶ୍ରୀ ବଳଦେବଜୀଉ ମନ୍ଦିର ସେବାୟତ, ବରିଷ୍ଠ ଶିକ୍ଷାବିତ୍, ସଂସ୍କୃତି ଗବେଷକ ତଥା ବଳଦେବ ସେନାର ମୁଖ୍ୟ ଉପଦେଷ୍ଟା ନିରଞ୍ଜନ ମେକାପଙ୍କ ପରଲୋକ

ସେ ୧୯୫୬ ମସିହା ଫେବୃଆରୀ ୧୫ ତାରିଖରେ ଇଚ୍ଛାପୁର ନିକଟସ୍ଥ ମଧ୍ୟଖଣ୍ଡି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ ସଦା ସର୍ବଦା ମହାପ୍ରଭୁଙ୍କ ସେବା, ସଂସ୍କୃତି ଗବେଷଣା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ସହ ସାମାଜିକ କାର୍ଯ୍ୟରେ ନିରନ୍ତର ଲିପ୍ତ ରହୁଥିଲେ। ସେ ଅନେକ ଗବେଷଣାମୂଳକ ଓ ସାହିତ୍ୟିକ ପୁସ୍ତକ ରଚନା କରିଥିଲେ। ତୁଳସୀ କ୍ଷେତ୍ର, ରସାବଳୀ, ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ, ଶ୍ରୀ ଜଗନ୍ନାଥ, ମା ଶାରଳା ଏବଂ ମା ବିରଜାଙ୍କ ଉପରେ ତାଙ୍କର ରଚନା ବିଶେଷ ଉଲ୍ଲେଖନୀୟ ଥିଲା। “ରସବଳି”କୁ GI ଟ୍ୟାଗ୍ ମାନ୍ୟତା ମିଳିବାରେ ତାଙ୍କର ମୁଖ୍ୟ ଅବଦାନ ରହିଥିଲା। ସେ ନୂତନ ରଥ ନିର୍ମାଣ କମିଟିର ସଭାପତି ଭାବେ ପ୍ରଶାସନ ପକ୍ଷରୁ ନିଯୁକ୍ତ ହୋଇଥିଲେ। ତୁଳସୀ କ୍ଷେତ୍ରର ସ୍ୱାର୍ଥ ଓ ପରମ୍ପରାର ସୁରକ୍ଷା ପ୍ରସଙ୍ଗ ଆସିଲେ, ସେ ସଦା ସର୍ବଦା ଆଗରେ ରହି ନେତୃତ୍ୱ ଦେଇଥାନ୍ତି। ତାଙ୍କର ଏହି ନିଷ୍ଠା ଓ ସାହସ ସମାଜ ପାଇଁ ଏକ ଦୃଷ୍ଟାନ୍ତ ଥିଲା। ତାଙ୍କର ଜୀବନ ଏକ ପ୍ରେରଣାଦାୟକ ଉଦାହରଣ ଥିଲା। ସେ ଏକ ସରଳ, ନମ୍ର ଏବଂ ଉଦାର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କର ମୃଦୁଭାଷୀ ସ୍ୱଭାବ ଓ ସମାଜ ପ୍ରତି ଅଟୁଟ ସମର୍ପଣ ସବୁଙ୍କୁ ଆକର୍ଷିତ କରୁଥିଲା ଏବଂ ସେ ସମସ୍ତଙ୍କ ନିକଟରେ ଅତ୍ୟନ୍ତ ପ୍ରିୟ ଥିଲେ। ତାଙ୍କର ଦେହାନ୍ତ ସମ୍ବାଦ ଶୁଣି ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ,ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରି ସମସ୍ତ ରାଜନୈତିକ ଦଳର କର୍ମୀ, ଆଇନଜୀବୀ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଜିଲ୍ଲାର ବରିଷ୍ଠ ବିଜେଡି ନେତା ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ସ୍କୁଲ-କଲେଜ ସହପାଠୀ ଓ ଆତ୍ମୀୟ ସଜନମାନେ ମଧ୍ୟ ଉପସ୍ଥିତ ହୋଇ ଶେଷ ଦର୍ଶନ କରିଥିଲେ। ପରେ ତାଙ୍କର ଅନ୍ତିମ ଶୋଭାଯାତ୍ରା ସହର ପରିକ୍ରମା କରି ଶେଷରେ ତାଙ୍କ ଗ୍ରାମ ଶ୍ମଶାନରେ ଅନ୍ତିମ କ୍ରିୟା ସମ୍ପନ୍ନ ହୋଇଥିଲା। ତାଙ୍କର ବିୟୋଗରେ ଜିଲ୍ଲା ଏକ ଅମୂଲ୍ୟ ରତ୍ନକୁ ହରାଇଛି ବୋଲି ସଭାପତି ପପୁନ କୁମାର ସ୍ୱାଇଁ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନିରଞ୍ଜନ ନେକପଙ୍କର ଅବଦାନ ସଦା ସର୍ବଦା ସ୍ମରଣୀୟ ରହିବ ଏବଂ ତାଙ୍କର ଆଦର୍ଶ ଆମକୁ ଆଗକୁ ଚାଲିବାର ପ୍ରେରଣା ଦେଇ ଯିବ। ତାଙ୍କର ଶୂନ୍ୟସ୍ଥାନ କେବେ ମଧ୍ୟ ପୂରଣ ହେବ ନାହିଁ। ଏହି ସମୟରେ ସଭାପତିଙ୍କ ସହ ସମ୍ପାଦକ ଅମର କୁମାର ବାରିକ, ନିରଞ୍ଜନ ସୁଆର, ଉପଦେଷ୍ଟା ଉମାକାନ୍ତ ବଳ, ଜ୍ୟୋତି ରଞ୍ଜନ ପତ୍ରୀ, ଆଶୁତୋଷ ପଣ୍ଡା, ଆଶିଷ ପ୍ରଧାନ, ହିମାଂଶୁ ରାଉତ, ପଦ୍ମ ଲୋଚନ ସାହୁ, ଉମେଶ ବେହେରା, ଚନ୍ଦନ ସ୍ୱାଇଁ, ଆଲୋକ ସାହୁ, ସାରଦା ପ୍ରସନ୍ନ ରାଉତରାୟ, ନୀଳମାଧବ ବେହେରା ଓ ଅନ୍ୟାନ୍ୟ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷରେ, ବଳଦେବ ସେନା ପକ୍ଷରୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଉଛି ଯେ, ପରଲୋକଗତ ଆତ୍ମାଙ୍କୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ l ସେ ଲେଖିଥିବା କିଛି ପ୍ରକାଶିତ ପୁସ୍ତକ ଇତିହାସ ପୁଷ୍ଠରେ ରୁଦ୍ର ସମାଜ ଆର୍ଯ୍ୟପୁତ୍ର ଜଗତ ଜନନୀ ମା ଶାରଳା ଶ୍ରୀ ସିଦ୍ଧ ବଳଦେବଜୀଉ ଓ ତୁଳସୀ କ୍ଷେତ୍ର ରସାବଳୀ ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦଚନ୍ଦ୍ର

Smart Computer Ad
You might also like
error: Content is protected !!