ଦୁଇ ଦିନରେ ବଡ଼ ସଫଳତା : ବାଲିଗୁଡା ପୁଲିସଙ୍କ ଦ୍ୱାରା ୩୫୪୮ କେଜି ଗଞ୍ଜେଇ ଜବତ


ବାଲିଗୁଡା,୩୦ /୦୪ ସୁକାନ୍ତ କୁମାର ତ୍ରିପାଠୀ
କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରି ବାଲିଗୁଡା ପୁଲିସ ଦୁଇ ଦିନ ମଧ୍ୟରେ ମୋଟ ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି। ଏସ୍‌ପି ହରିଶ୍ ବିଶିଙ୍କ ନିର୍ଦ୍ଦେଶରେ ଜିଲ୍ଲାକୁ ଗଞ୍ଜେଇମୁକ୍ତ କରିବା ପାଇଁ ଚାଲୁଥିବା ବିଶେଷ ଅଭିଯାନ ଅନୁସାରେ ବିଭିନ୍ନ ଥାନା ପକ୍ଷରୁ ଚଢ଼ଉ ଜାରି ରହିଛି।ମଙ୍ଗଳବାର ଦିନ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି ଦଡକଙ୍ଗୀଆ ଅଞ୍ଚଳରେ ପୁଲିସର ବିଶେଷ ଦଳ ପାଟ୍ରୋଲିଂ କାଳେ ଗଚ୍ଛିତ ଅବସ୍ଥାରେ ୨୦୧୫ କେଜି ଗଞ୍ଜେଇ ଜବତ କରିଥିଲା।

ଦୁଇ ଦିନରେ ବଡ଼ ସଫଳତା : ବାଲିଗୁଡା ପୁଲିସଙ୍କ ଦ୍ୱାରା ୩୫୪୮ କେଜି ଗଞ୍ଜେଇ ଜବତ

ଏହାପରେ ପରବର୍ତ୍ତୀ ଦିନ ଖମଣଖୋଲ ପଞ୍ଚାୟତ ଅଞ୍ଚଳର ଜଙ୍ଗଲ ଭିତରୁ ଆଉ ୧୫୩୩ କେଜି ଗଞ୍ଜେଇ ମିଳିଥିଲା, ଯାହାକୁ ପୁଲିସ ଜବତ କରିଛି।ଏହି ଦୁଇଟି ଘଟଣାରେ ପୁଲିସ ମାମଲା ରୁଜୁ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ। ଗଞ୍ଜେଇ ମାଫିଆମାନେ ବାହାର ରାଜ୍ୟକୁ ଚାଲାଣ ପାଇଁ ଏହାକୁ ଜଙ୍ଗଲ ଅଞ୍ଚଳରେ ଗଚ୍ଛିତ ରଖିଥିବା ସନ୍ଦେହ କରାଯାଉଛି ବୋଲି ବାଲିଗୁଡା ଏସ୍‌ଡିପିଓ ଶୁଭମ୍ ଭୋସଲେ ସୂଚନା ଦେଇଛନ୍ତି।

Smart Computer Ad
You might also like
error: Content is protected !!