୭୦ଟି ସିଟି ବସ୍ ଭିତରେ ଓ ୭୦୦୦ରୁ ଉର୍ଦ୍ଧ ଲୋକଙ୍କୁ ଦହି ପଣା ଓ ଓ.ଆର.ଏସ ପ୍ୟାକେଟ୍ ବଣ୍ଟନ: ସ୍କାଉଟ ଗାଇଡ ଫେଲୋସିପ ତରଫରୁ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଆଜି ଓଡ଼ିଶା ରାଜ୍ଯ ଇଣ୍ଡିଆନ୍ ସ୍କାଉଟ ଗାଇଡ ଫେଲୋସିପ ତତଫରୁ ଭୁବନେଶ୍ବର ଠାରେ ଉପସଭାପତି ଶ୍ରୀ ପ୍ରବୀଣ ଅଗ୍ରୱାଲ ଙ୍କ ସହଯୋଗରେ ଏକ ମାଗଣା ଦହି ପାଣି ଓ ORS ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ରାଜ୍ଯ ସଭାପତି ଡାକ୍ତର ଅମ୍ରିତ ପଟଯୋଷି। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଭୁବନେଶ୍ବରର ଅତିରିକ୍ତ ଉପ ପୋଲିସ କମିଶନର ଶ୍ରୀ ମାନସ ରଞ୍ଜନ ଗଡନାୟକ, ମଧୁକୁଞ୍ଜ ର ସ୍ରଷ୍ଟା ଶ୍ରୀ ସଜ୍ଜନ ଅଗ୍ରୱାଲ ଓ ଉପ ସଭାପତି ଶ୍ରୀମତି ଝୁନା ପଟ୍ଟନାୟକ ।ରାଜ୍ଯ ସମ୍ପାଦକ ଡ଼ଃ ରୁଷି ପଟ୍ଟନାୟକଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରଗୁଡ଼ିକ ର ରୂପରେଖ ପ୍ରସ୍ତୁତ ହୋଇଥିଲା ବେଳେ, ଯୁଗ୍ମ ସମ୍ପାଦକ ଶ୍ରୀ ଦୁର୍ଗା ସମାନ୍ତରାୟ, କେଉଁଝର ଜିଲ୍ଲା ସଭାପତି ମୋହନ ହେମ୍ବ୍ରମ୍ ଓ କମିଟି ସଭ୍ୟା ଶ୍ରୀମତୀ ସତ୍ୟଭାମା ବେହେରା ପରିଚାଳନା କରିଥିଲେ।*ଆଜି ୩୦୦୦ରୁ ଉର୍ଦ୍ଧ୍ୱ ଦହି ପାଣି ଓ ୪୦୦୦ ପ୍ୟାକେଟ୍ ORS liquid ବଣ୍ଟନ କରାଯାଉଥିଲା ।*ସଭାପତି, ଉପ ସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଦହି ପାଣି ଓ ORS LIQUID ବଣ୍ଟନ କରିବା ସହ *ବିଶେଷ ଆକର୍ଷଣ ଥିଲା ପ୍ରାୟ ୬୦ରୁ ଉର୍ଦ୍ଧ city Bus ଭିତରେ ଯାଇ ଯାତ୍ରୀ ମାଆଙ୍କୁ ଦହି ପାଣି ଓ ORS liquid ବଣ୍ଟନ କରିବା, ଯାହାକୁ ବାହୁ ସଂଖ୍ୟାରେ ଭୂଅଶୀ ପ୍ରଶଂସା କରିଥିଲେ।*ଓଡ଼ିଶା ରାଜ୍ୟ ଇଣ୍ଡିଆନ୍ ସ୍କାଉଟ ଗାଇଡ ଫେଲୋସିପ ର ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀଙ୍କ ସହିତ ମିଡିଆରେ ବହୁମାତ୍ରାରେ ପ୍ରଚାର ପ୍ରସାର କରାଯାଇଚି।