ମାଁ ଗୁଡ଼ିଆ ଠାକୁରାଣୀ ଯାତ୍ରା ଉଦଯାପିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଚିକିଟିର ପରମ୍ପରା, ଆସ୍ଥା ଓ ଲୋକଭକ୍ତିର ଅତ୍ୟନ୍ତ ଅଦ୍ଭୁତ ଦୃଶ୍ୟ ମାଁ ଗୁଡ଼ିଆ ଠାକୁରାଣୀଙ୍କ ଯାତ୍ରା ସମାପ୍ତ ହୋଇଛି। ନିର୍ଦ୍ଧାରିତ ପରମ୍ପରା ଅନୁଯାୟୀସାତ ଦିନର ମାନବୀୟ ଲୀଳା ଡରି ମା’ ଘରୁ ମା’ ସ୍ବ ଗୃହକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି, ଏବଂ ଏହା ସହିତ ଶେଷ ହେଲା ଏହି ମହାନ ଜନପ୍ରିୟ ଉତ୍ସବ ଗୁଡ଼ିଆ ଠାକୁରାଣୀ ଯାତ୍ରା । ଏବେ ପୁଣି ଦୁଇ ବର୍ଷ ଧରି ଭକ୍ତମାନେ ଅପେକ୍ଷା କରିବେ ମାଁଙ୍କ ଯାତ୍ରା ଓ ଏହି ଅଲୌକିକ ଯାତ୍ରାର ଅନୁଭୂତି ପାଇଁ।ଚିକିଟି ଅଞ୍ଚଳରେ ମାଁ ଗୁଡ଼ିଆ ଠାକୁରାଣୀଙ୍କ ଯାତ୍ରା କେବଳ ଧାର୍ମିକ ଅବସର ନୁହେଁ, ଏହା ଏକ ସାମୁଦାୟିକ ଏକତାର ପରିଚୟ। ଗ୍ରାମ ରୁ ସହର ପର୍ଯ୍ୟନ୍ତ, ସମସ୍ତେ ଏହି ଉତ୍ସବରେ ନିଜକୁ ସାମିଲ କରନ୍ତି। ମାଁଙ୍କ ଆଗମନରୁ ଆରମ୍ଭ କରି ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ଼, ପୂଜା-ଅର୍ଚ୍ଚନା, ଧୂପ-ଦୀପ, ଭକ୍ତିଗୀତ ଓ ମାଁ ଙ୍କ ଅଜ୍ଞାମାଳ, ଘଟ ପ୍ରତ୍ୟେକ ସାହି ସାହି ପତିକ୍ରମା କଷ୍ଟି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଦର୍ଶନ ଦେଇଥିଲେ। ମେଳାର ରମ୍ୟତା ଅଞ୍ଚଳକୁ ଏକ ଆଧ୍ୟାତ୍ମିକ ମାହୋଲ ଦେଇଥିଲା ।ପରମ୍ପରା ଅନୁଯାୟୀ, ଚିକିଟି ରାଜାଙ୍କର ଗଡ଼ ଚଣ୍ଡୀ ଭାବେ ମାଁ ଗୁଡ଼ିଆ ଠାକୁରାଣୀଙ୍କୁ ମନାଯାଏ। ଏହି ପରମ୍ପରା ଚିକିଟିର ଐତିହ୍ୟ ସହ ଗଭୀର ଭାବରେ ଜଡ଼ିତ। ରାଜପରିବାର ଓ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏହି ଯାତ୍ରା ଏକ ସେତୁ ସୃଷ୍ଟି କରେ, ଯାହା ପିଢ଼ିରୁ ପିଢ଼ିକୁ ଚାଲିଆସୁଛି।ଏହି ଯାତ୍ରାର ଅନ୍ୟତମ ବିଶେଷତା ହେଉଛି ଏହାର ନିୟମିତ ଅବଧି — ପ୍ରତି ଦୁଇ ବର୍ଷରେ ଥରେ ମାଁଙ୍କ ଏହି ଯାତ୍ରା ଆୟୋଜିତ ହୁଏ ଯାହା ଭକ୍ତ ମାନଙ୍କ ମନରେ ଅଧିକ ଭକ୍ତି ଓ ଆସ୍ଥା ସୃଷ୍ଟି କରେ।ମାଁଙ୍କ ପ୍ରତ୍ୟାବର୍ତ୍ତନ ସହିତ ଯଦିଓ ଯାତ୍ରାର ଶେଷ ହୋଇଛି, କିନ୍ତୁ ଭକ୍ତମାନଙ୍କ ମନରେ ରହିଯାଇଛି ଅନେକ ସ୍ମୃତି, ଆନନ୍ଦ ଓ ଆଧ୍ୟାତ୍ମିକ ଶାନ୍ତି।ପୁଣି ଦୁଇ ବର୍ଷ ପରେ, ଏହି ଭକ୍ତିମୟ ମହୋତ୍ସବ ଫେରି ଆସିବ ଏବଂ ଚିକିଟିର ମାଟି ପୁଣି ଗୁଞ୍ଜରିତ ହୋଇଉଠିବ ସେଇ ଦିନକୁ ଅପେକ୍ଷା।

Smart Computer Ad
You might also like
error: Content is protected !!