ଶ୍ରୀ ଶନିଶ୍ଚର ଦେବଙ୍କ ପବିତ୍ର ଜଳାଭିଷେକ ଅବସରରେ ଗରାପୁର ସ୍ଥିତ ମା ମହାକାଳୀ ମନ୍ଦିର ପରିସରରେ ଥିବା ଶ୍ରୀ ଶନି ମନ୍ଦିରରେ ଭକ୍ତିମୟ
ଗରାପୁର,(ବିଚିତ୍ର ସାହୁ):-
ଆଜି ଶ୍ରୀ ଶନିଶ୍ଚର ଦେବଙ୍କ ପବିତ୍ର ଜଳାଭିଷେକ ଅବସରରେ ଗରାପୁର ସ୍ଥିତ ମା ମହାକାଳୀ ମନ୍ଦିର ପରିସରରେ ଥିବା ଶ୍ରୀ ଶନି ମନ୍ଦିରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ପ୍ରଭାତ ୪ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରକୁ ପହଞ୍ଚି ଶନିଦେବଙ୍କୁ ଜଳାଭିଷେକ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହା ସହ ମନ୍ଦିର ପରିସରରେ ଶ୍ରୀ ଶନିଦେବଙ୍କ ମହାଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ସହ ଧାର୍ମିକ ଉତ୍ସାହର ମନୋରମ ପରିବେଶ ସୃଷ୍ଟି ହୋଇଥିଲା।ପ୍ରତିବର୍ଷର ପରି ଏହି ବର୍ଷ ମଧ୍ୟ ତିବ୍ର ଗ୍ରୀଷ୍ମ ତାପକୁ ଦୃଷ୍ଟିରେ ରଖି ବଳଦେବ ସେନା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଦହିପାଣି ବିତରଣ କରାଯାଇଥିଲା। ଏହି ସେବାମୂଳକ ପଦକ୍ଷେପକୁ ଶ୍ରଦ୍ଧାଳୁମାନେ ବହୁତ ପ୍ରଶଂସା କରିଥିଲେ ଏବଂ ତିବ୍ର ତାପମାନରେ ଏହା ତାଙ୍କ ପାଇଁ ବଡ଼ ସହାୟତା ସାବ୍ୟସ୍ତ ହୋଇଥିଲା।ବଳଦେବ ସେନା ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏପରି ସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ସେଥିସହ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଅସ୍ଥାୟୀ ଜଳଛତ୍ର ଖୋଲାଯିବାର ଯୋଜନା ରହିଛି। ଏହା ସହିତ ସମସ୍ତ ଅନୁଷ୍ଠାନମାନଙ୍କୁ ନିଜ ଅଞ୍ଚଳରେ ପଥଚାରୀ ଓ ପଶୁପକ୍ଷୀଙ୍କ ପାଇଁ ଜଳଛତ୍ର ଖୋଲିବାକୁ ସେନା ପକ୍ଷରୁ ଅନୁରୋଧ କରାଯାଇଛି।ଏହି କାର୍ଯ୍ୟକ୍ରମରେ ସଭାପତି ପପୁନ କୁମାର ସ୍ୱାଇଁ, ସମ୍ପାଦକ ଅମର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଗଗନ ବିହାରୀ ମନ୍ତ୍ରୀ, ସହ ସମ୍ପାଦକ ଆଶୁତୋଷ ପଣ୍ଡା, ଆଶିଷ ପ୍ରଧାନ, ହିମାଂଶୁ ରାଉତ, ଚନ୍ଦନ ସ୍ୱାଇଁ, ବିକାଶ ବେହେରା, ଉମେଶ ବେହେରା, ଅନିଷି ସୂତାର, ଅଲୋକ ସାହୁ ଓ ଗଗନ କର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଶୃଙ୍ଖଳାବଦ୍ଧ ଭାବେ ସଫଳ ହୋଇଥିଲା।ମନ୍ଦିର ପରିସରରେ ସୁଚାରୁ ବ୍ୟବସ୍ଥାପନା ଓ ଭକ୍ତମାନଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା।