ବାଲିଗୁଡା : ୨୫/୦୪ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଅଧୀନସ୍ଥ କୋଟଗଡ ବନାଞ୍ଚଳରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନିଟି ରଥ ନିର୍ମାଣ ଉଦ୍ଦେଶ୍ୟରେ ରଥକାଠ ଶନିବାର ଦିନ ପୁରୀକୁ ପଠାଯାଇଛି।୪୦ ଫୁଟ ଲମ୍ବ ଓ ୩ ଫୁଟ ଗୋଲାକାର ବ୍ୟାସର ୨୩ଟି ଢ଼ଉ ଗଣ୍ଡିକାଠ, ଯାହାର ମୋଟ

ପରିମାଣ ପ୍ରାୟ ୬୦୦ ସିଏଫଟ୍, ଏହି ପାଇଁ ବ୍ୟବହୃତ ହେବ। ବନବିଭାଗର ପୂର୍ବ ପ୍ରସ୍ତୁତି ଅନୁଯାୟୀ, କାଠ ବୋଝେଇ ଟ୍ରକକୁ ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା କରାଯାଇଥିଲା।ପରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମହୋଦୟଙ୍କ ଦ୍ୱାରା ପତାକା ଦେଖାଇ କାଠଯାନକୁ ପୁରୀ ଦିଗକୁ ରବାନା

କରାଯାଇଥିଲା।ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମଧୁସୂଦନ ଦାସ, ଭଗବାନ ପଣ୍ଡା, ଉପଜିଲ୍ଲାପାଳ ପ୍ରଣୀତା ଦାସ, ଏସଡିପିଓ ଶୁଭମ ଭୋସଲେ ଉପସ୍ଥିତ ଥିଲେ। ବନବିଭାଗ ପକ୍ଷରୁ ଡିଏଫଓ ଘନଶ୍ୟାମ ମହାନ୍ତି, ରେଞ୍ଜର ଡି. ସୁବାଷ, ଫରେଷ୍ଟର ପପୁ ଦୋରା, କ.ନୂଆଗାଁ ରେଞ୍ଜର ରମାକାନ୍ତି କହଁର ଓ

ସୁଶାନ୍ତ କୁମାର ବୈଶାଖୀ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ପ୍ରଥମଥର ପାଇଁ କୋଟଗଡ ଜଙ୍ଗଲରୁ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରା ପାଇଁ ଏତେ ପରିମାଣର କାଠ ପ୍ରେରଣ ହୋଇଥିବାରୁ ବାଲିଗୁଡା ଅଞ୍ଚଳର ଜଗନ୍ନାଥ ଭକ୍ତମାନଙ୍କ ମଧ୍ୟରେ ଅପାର ଆନନ୍ଦ ପ୍ରକାଶ ପାଇଛି।