ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଆନ୍ତଃ ବିଭାଗୀୟ ଦିବା–ରାତ୍ର କ୍ରିକେଟ୍ ପ୍ରତିଯୋଗିତା–୨୦୨୬ ଉଦଯାପିତ ସୁରକ୍ଷା ବିଭାଗ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ , ଖୋର୍ଦ୍ଧା ରୋଡ ଦ୍ୱାରା ଆୟୋଜିତ “ଆନ୍ତଃ ବିଭାଗୀୟ ଦିବା–ରାତ୍ର କ୍ରିକେଟ୍ ପ୍ରତିଯୋଗିତା–୨୦୨୬” ସଫଳତାର ସହ ଶେଷ ହୋଇଛି। ଫାଇନାଲ୍ ମ୍ୟାଚ୍ ସୁରକ୍ଷା(ଆର୍.ପି.ଏଫ୍) ବିଭାଗ ଏବଂ ପରିଚାଳନା ବିଭାଗ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ସୁରକ୍ଷା(ଆର୍.ପି.ଏଫ୍) ବିଭାଗ ୩ଟି ୱିକେଟ୍ ବ୍ୟବଧାନରେ ବିଜୟୀ ହୋଇ ଚାମ୍ପିଅନ୍ ହୋଇଛି।ଏହି ପ୍ରତିଯୋଗିତା ୦୨.୦୪.୨୦୨୬ ତାରିଖରେ ଖୋର୍ଦ୍ଧା ରୋଡ୍ ରେଳବାଇ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ରୋଡ୍ ଡିଭିଜନର ମୋଟ ୧୨ଟି ବିଭାଗ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ମୋଟ ୩୦ଟି ଲିଗ୍ ମ୍ୟାଚ୍ ଏବଂ ୨ଟି ସେମିଫାଇନାଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା।ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଡି. ସୁନିଲ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଖେଳାଳିମାନଙ୍କୁ ବିଭିନ୍ନ ବ୍ୟକ୍ତିଗତ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।ବାଣିଜ୍ୟ ବିଭାଗର ଶ୍ରୀ ପି. ରବି କିରଣ “ମ୍ୟାନ୍ ଅଫ୍ ଦି ସିରିଜ୍” ପୁରସ୍କାର ଅର୍ଜନ କରିଥିଲେ। ସୁରକ୍ଷା(ଆର୍.ପି.ଏଫ୍) ବିଭାଗର ଶ୍ରୀ ପି. କେ. ସାହୁଙ୍କୁ ଫାଇନାଲ୍ ମ୍ୟାଚ୍‌ର “ମ୍ୟାନ୍ ଅଫ୍ ଦି ମ୍ୟାଚ୍” ପୁରସ୍କାର ଦିଆଯାଇଥିଲା। ପରିଚାଳନା ବିଭାଗର ଶ୍ରୀ ଜ୍ୟୋତି ରଞ୍ଜନ ସେଠୀ “ଶ୍ରେଷ୍ଠ ବୋଲର” ଭାବେ ସମ୍ମାନିତ ହୋଇଥିଲେ। ବୈଦ୍ୟୁତିକ (G/TRD) ବିଭାଗର ଶ୍ରୀ ଏସ୍. କେ. ବାରିକ “ଶ୍ରେଷ୍ଠ ଫିଲ୍ଡର” ଏବଂ ଇଞ୍ଜିନିୟରିଂ ବିଭାଗର ଶ୍ରୀ ଅଶୋକ ମହାନ୍ତି “ଶ୍ରେଷ୍ଠ ବ୍ୟାଟସ୍ମାନ୍” ପୁରସ୍କାର ଅର୍ଜନ କରିଥିଲେ।ଶ୍ରୀ ପି. କେ. ବେହେରା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା), ଶ୍ରୀ ରାଜଧାରୀ ଯାଦବ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି), ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀମାନେ ଫାଇନାଲ୍ ମ୍ୟାଚ୍ ସମୟରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରତିଯୋଗିତା ଶ୍ରୀ ଅନିଲ କୁମାର ଏସ୍., କ୍ରୀଡ଼ା ଅଧିକାରୀ ଓ ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିଲା। ସମସ୍ତ ମ୍ୟାଚ୍ ସାଧାରଣ ସମ୍ପାଦକ ମହମ୍ମଦ ଜାକିରୁଦ୍ଦିନ୍, ସହ ସାଧାରଣ ସମ୍ପାଦକ ଶ୍ରୀ ଜେ. ଏସ୍. ପାତ୍ର ଏବଂ ସେମାନଙ୍କ ଦଳଙ୍କ ଦ୍ୱାରା ସୁଚାରୁ ଭାବେ ସଂଚାଳିତ ହୋଇଥିଲା।

You might also like
error: Content is protected !!