ନୟାଗଡ଼(ପ୍ରଭାକର ଶିରୋମଣି):-
କଣ୍ଟିଲୋ ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ତତ୍କାଳୀନ ଖଣ୍ଡପଡା ବିଧାୟକ ସ୍ବର୍ଗତ ସତ୍ୟସୁନ୍ଦର ମିଶ୍ରଙ୍କ ଚତୁର୍ଦ୍ଦଶ ବାର୍ଷିକ ଶ୍ରାଦ୍ଧ ଦିବସ ସ୍ଥାନୀୟ କଲେଜ ପ୍ରାଙ୍ଗଣ ରେ ଶନିବାର ପାଳିତ ହୋଇଯାଇଛି l ଏହି ଅବସର ରେ ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ଦାୟିତ୍ୱରେ ଥିବା ଅଧ୍ୟାପକ ଓମ ପ୍ରକାଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଲେଜ ପରିସର ରେ ସ୍ଥାନିତ ସ୍ବର୍ଗତ ସତ୍ୟ ଭାଇନାଙ୍କ ପ୍ରତିମୂର୍ତ୍ତିରେ ଉପଢୌକନ ଓ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ ଓ ନୀଳମାଧଵ ମନ୍ଦିର ସେବାୟତ ଶ୍ରୀବତ୍ସ ମିଶ୍ର ସହାୟତା କରିଥିଲେ l ଏହି କାର୍ଯ୍ୟ କ୍ରମରେ ସ୍ବର୍ଗତ ମିଶ୍ର ଙ୍କ ଜ୍ୟେଷ୍ଟ ପୁତ୍ର ପିୟୁଷ ପ୍ରସାଦ ମିଶ୍ର, ପୁତ୍ର ବଧୂ ବିଷ୍ଣୁ ପ୍ରିୟା ମିଶ୍ର ଓ କନିଷ୍ଠ ନାତି ନିର୍ଲିପ୍ତ କୁମାର ମିଶ୍ର ଯୋଗ ଦେଇଥିଲା ବେଳେ ଅଧ୍ୟାପକ ହୃଷିକେଶ ମିଶ୍ର, ଅଧ୍ୟାପକ ଶରତ କୁମାର ସାହୁ, ଅଧ୍ୟାପକ ରମେଶ କୁମାର ପାଢ଼ୀ ଅଧ୍ୟାପକ ରାଜୀବ ଲୋଚନ ମିଶ୍ର, ଅଧ୍ୟାପକ ସୁଜଳ ମହାରଣା ଦିଲୀପ କୁମାର ସାହୁ ସମେତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ମାନେ ମାନେ ଉପସ୍ଥିତ ଥିଲେ l ସ୍ମୃତି କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ କୁ ବରିଷ୍ଟ ସାମ୍ବାଦିକ ପ୍ରଭାକର ଶିରୋମଣି ସଂଯୋଜନା କରିଥିଲା ବେଳେ ଅଧ୍ୟାପକ ଓମ ପ୍ରକାଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l …………………