ନୟାଗଡ଼(ପ୍ରଭାକର ଶିରୋମଣି):-
କଣ୍ଟିଲୋ ୧୭ l ୪ ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିଛି l ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ବିଜେ ଶ୍ରୀ ନୀଳମାଧକରିବାପାଇବଙ୍କ ପବିତ୍ର ଚନ୍ଦନ ପୋଖରୀ ଚତୁର୍ପାଶ୍ୱରେ ଆଜି ଶୁକ୍ରବାର ସନ୍ଧ୍ୟାରେ ବିଜୁଳି ଆଲୋକ ସଂଯୋଗ କରାଯାଇଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି l ଏହି ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଶହ ଶହ ଲୋକଙ୍କର ଭିଡ଼ ଲାଗି ରହିଥିଲା l ଉଲ୍ଲେଖ ଯୋଗ୍ୟ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନ ରେ ନୀଳମାଧବ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିର ପରିସର, ଦୟଣା ଚୋରୀ ବଗିଚା, ମାଘ ମେଳା ପଡିଆ ପୁନଃରୁଦ୍ଧାର, ଚନ୍ଦନ ପୋଖରୀ ପୁନଃରୁଦ୍ଧାର ଓ ମନ୍ଦିର ଉପରକୁ ଲିଫ୍ଟ ସଂଯୋଗ ପାଇଁ ମଞ୍ଜୁର ହୋଇଥିଲା l ଓଡିଶା ସେତୁ ନିର୍ମାଣ ନିଗମ ଲିମିଟେଡ଼ , ଭୁବନେଶ୍ୱର,ମାଧ୍ୟମରେ ବଂଶଲ ଇନଫା ପ୍ରାଇଭେଟ ଲିମିଟେଡ଼ ଏହି କାମ ହାତ କୁ ନେଇଥିଲା l ସୂଚନା ଯୋଗ୍ୟ,୧୮ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୦୨୨ ମସିହା ମେ ମାସରେ ଘୋଷଣା କରିଥିଲେ ଅପର ପକ୍ଷରେ ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଚନ୍ଦନ ଯାତ୍ରା ୨୨ ଦିନ ବ୍ୟାପୀ ଆରମ୍ଭ ହେଉଥିବାରୁ ଫୋଖରୀ ସଫା ହେବା ସଙ୍ଗେ ସଙ୍ଗେ ଦେବୋତ୍ତର ବିଭାଗ ପକ୍ଷରୁ ଚାପ ଡ଼ଙ୍ଗା ସହ ଅନ୍ୟାନ୍ୟ ସାଜସଜ୍ଜା ପ୍ରସ୍ତୁତ କରାଯାଉଥିବା ଜଣାଯାଇଛି l ……………….