ଆଦିବାସୀ ମହାବିଦ୍ୟାଳୟରେ ଏଡ୍ସ ସଚେତନତା ତାଲିମ୍ ସଭା ଅନୁଷ୍ଠିତ


ବାଲିଗୁଡା,୧୮/୦୪ ସୁକାନ୍ତ କୁମାର ତ୍ରିପାଠୀ
ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟର ରେଡ୍ ରିବନ କ୍ଲବ୍ ଆନୁକୂଲ୍ୟରେ ଏଡ୍ସ ନିରାକରଣ ସଚେତନତା ତାଲିମ୍ ସଭା ସ୍ୱେଚ୍ଛାସେବୀମାନଙ୍କୁ ନେଇ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ତାଲିମ୍ ସଭାରେ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଜିତେନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଡ୍ସ ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ସେ ଉପସ୍ଥିତ ସଭ୍ୟମାନଙ୍କୁ ଏଡ୍ସ ରୋଗ ପ୍ରତି ସଚେତନ ହେବା ସହିତ ଲାଜ ଓ ଭୟକୁ ଦୂର କରି ସଂଯମତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିପାଇଁ ସନ୍ଦେହମୋଚନ କାର୍ଯ୍ୟକ୍ରମ

ଆଦିବାସୀ ମହାବିଦ୍ୟାଳୟରେ ଏଡ୍ସ ସଚେତନତା ତାଲିମ୍ ସଭା ଅନୁଷ୍ଠିତ

ମାଧ୍ୟମରେ ସେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।ଏହି ଅବସରରେ ରେଡ୍ ରିବନ କ୍ଲବ୍ କନ୍ଧମାଳ ଜିଲ୍ଲା ସଂଯୋଜକ ତଥା ଅଧ୍ୟକ୍ଷ ଡ଼ଃ ବିଭୂତିଭୂଷଣ ଆଚାର୍ଯ୍ୟ ଓ କାଉନ୍ସେଲର ମାନସରଞ୍ଜନ ପ୍ରଧାନ ମଧ୍ୟ ଉପସ୍ଥିତ ରହି ଏଡ୍ସ ସଚେତନତାର ଗୁରୁତ୍ୱ ଉପରେ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ସଭାରେ ବହୁ ସଂଖ୍ୟକ ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀ ଯୋଗଦେଇ ତାଲିମ୍ ଗ୍ରହଣ କରିଥିଲେ।

You might also like
error: Content is protected !!