ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟ କାରୀଣି ବୈଠକ

ଭୁବନେଶ୍ୱର,(ବିଚିତ୍ର ସାହୁ):-

ଓଡିଶା ସେବା ନିବୃତ୍ତ କର୍ମଚାରି ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟିର ଏକ ବୈଠକ ଭୁବନେଶ୍ୱର କର୍ମଚାରୀ ଭବନ ଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଗତ ମାର୍ଚ୍ଚ 25 ତାରିଖରେ ସର୍ବଭାରତୀୟ ପେନସନର୍ସ ଫେଡେରେସନ ଡାକରାରେ ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ଜିଲ୍ଲାପାଳଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଯାଇଥିବା ପେନସନ ବିରୋଧୀ ଭ୍ୟାଲିଡେସନ ବିଲ ତୁରନ୍ତ ପ୍ରତ୍ୟାହାର ପାଇଁ ପ୍ରେରିତ ଦାବୀପତ୍ର ଓ ତାର ପ୍ରଭାବ ଉପରେ ଆଲୋଚନା ହୋଇଥିଲା l ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ବୃନ୍ଦ ଉକ୍ତ କଳା ଦିବସରେ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କର ଯୋଗଦାନ ଏବଂ ଆସ୍ତିବାଚକ ସହଯୋଗ ଉପରେ ବକ୍ତବ୍ୟ ରଖିଥିଲେ l ସଭାପତି ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରା ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ଲୋକନାଥ ରଥ ବିବରଣୀ ପ୍ରଦାନ କରି ଓଡ଼ିଶାର ସବୁଜିଲ୍ଲାରେ ଆନ୍ଦୋଳନ ସଫଳ ଜୋଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ l ଗଞ୍ଜାମ ଜିଲ୍ଲରୁ ରାଜ୍ୟ ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଓ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଗର ରାଜ୍ୟ ଅଧ୍ୟକ୍ଷ କାମରାଜୂ ମହାରଣା ଯୋଗଦେଇ ଗଞ୍ଜାମ ଜିଲ୍ଲାରେ କଳାଦିବସ ଦିବସରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ବ୍ରହ୍ମପୁର, ଭଞ୍ଜନଗର ଓ ଆସ୍କା ଠାରେ ପେନସନ ଭୋଗୀ ମାନେ ଉକ୍ତ କଳା ବିଲକୁ ଅଗ୍ନି ସଂଯୋଗ କରି ଦାବୀ ପତ୍ର ପ୍ରଦାନ କରିଥିବା ବିଷୟରେ ବିବରଣୀ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ଅମୀୟ କୁମାର ମହାନ୍ତି, ଡ଼ଃ ଦୁଷ୍ମନ୍ତ କୁମାର ନାୟକ, ଧନଞ୍ଜୟ କେଶରୀ ରାଉତରାୟ, ଅଜୟ କୁମାର ସାହୁ,କୈଳାସ ଆଚାର୍ଯ୍ୟ,ବିଶ୍ୱନାଥ ବେହେରା, ବୈକୁଣ୍ଠନାଥ ମହାରଣାପ୍ରମୁଖ ନିଜ ନିଜ ଜିଲ୍ଲାର ବିବରଣୀ ପ୍ରଦାନ କରିଥିଲେ l ଶେଷରେ ଅଷ୍ଟମ ବେତନ କମିଶନ ନିର୍ଦେଶକଙ୍କ ଦ୍ୱାରା ଅହୁତ ପରାମର୍ଶ ଓ ସୁବିଧା, ଅସୁବିଧା ସମ୍ପର୍କରେ ମତାମତ ଦେବା, ସଂଗଠନକୁ ତୃଣମୂଳ ସ୍ତରକୁ ପାରବ୍ୟାପ୍ତ କରି ସମସ୍ତ ପେନସନଭୋଗୀଙ୍କୁ ଗୋଟିଏ ମଞ୍ଚରେ ଏକତ୍ରିତ କରି ଦାବୀ ଆଦାୟ ପଥ ସୁଗମ କରିବା ଏବଂ ଆସନ୍ତା 29 ଓ 30 ତାରିଖ ଦୁଇଦିନ ଧରି ରାଜସ୍ଥାନର ରେ ଜୟପୁର ଠାରେ ଅନୁଷ୍ଠିତ ହେଉଥିବା କେନ୍ଦ୍ରୀୟ ସମ୍ମିଳନୀରେ ଶ୍ୟାମସୁନ୍ଦର ଖାଡ଼ଙ୍ଗା ଯୋଗ ଦେବା ପାଇଁ ସ୍ଥିରୀକୃତ ହୋଇଥିଲା l

You might also like
error: Content is protected !!