୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା,୧୩/୦୪: ସୁକାନ୍ତ କୁମାର ତ୍ରିପାଠୀ

କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳରେ ଚଳିତ ମାସର ୧ ତାରିଖରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ସୋମବାର ସନ୍ଧ୍ୟାରେ ଭକ୍ତିମୟ ପରିବେଶରେ ଶେଷ ହୋଇଯାଇଛି।ସ୍ଥାନୀୟ ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ମୁଖ୍ୟ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବାଟାଗୁଡା, ସିଟୁପଡ଼ି, ବାରଖମା, ମୋହନଗିରୀ, କତେରୀଭଟ୍ଟା, ରେବିଙ୍ଗିଆ, ଡାକା, ବାଲିଗାଡା, ଦାଉଙ୍ଗିଆ, ସିଟୁପାଜୁ ଓ

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା' ଦକ୍ଷିଣକାଳୀ

କିଲୁପଡା ଭଳି ବିଭିନ୍ନ ଅଞ୍ଚଳର କାଳୀ ମନ୍ଦିରଗୁଡ଼ିକରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଏହି ଯାତ୍ରା ପାଳିତ ହୋଇଥିଲା।ଧୂଳିଦଣ୍ଡ ସମାପ୍ତି ପରେ ଜଳଘାଟରେ କାଳୀଙ୍କ ବିଶେଷ ପୂଜା କରାଯାଇଥିଲା। ସମସ୍ତ ଶୈବପୀଠ ଓ କାଳୀ ମନ୍ଦିରଗୁଡ଼ିକୁ ଆମ୍ବ ପେନ୍ଥା, କଦଳୀ କାନ୍ଦି, ଫୁଲମାଳ ଓ ଆଲୋକସଜ୍ଜାରେ ସଜାଯାଇ ଅଞ୍ଚଳଟିକୁ

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା' ଦକ୍ଷିଣକାଳୀ

ଆଧ୍ୟାତ୍ମିକ ମହୋଲରେ ଭରିଦେଇଥିଲା।ଦଣ୍ଡଭକ୍ତ, ହବିସ୍ୟାଳୀ ଓ ମାନସିକ ଧାରୀମାନେ ଭକ୍ତିଭାବରେ ବ୍ରତ ପାଳନ କରିଥିଲେ। ମାନସିକ ପୂରଣ ହେବା ପରେ ଭକ୍ତମାନେ ମା’ଙ୍କୁ ଦାନ ଅର୍ପଣ କରିଥିବା ଦେଖାଯାଇଛି। ଜଳଲାଗି ପରେ ପୂଜାକାର୍ଯ୍ୟ ସମାପ୍ତ ହୋଇଥିଲା।ଏହାପରେ ମେରୁ ଯଜ୍ଞ ସ୍ଥଳରେ ପୂଜକଙ୍କୁ ମେରୁ ଖୁଣ୍ଟରେ ଝୁଲାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଶେଷରେ ମନ୍ଦିର କମିଟି ପକ୍ଷରୁ ଭୋଗ

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା' ଦକ୍ଷିଣକାଳୀ

ଓ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା।ଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ପୋଲିସ ପକ୍ଷରୁ କଠୋର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତମାନଙ୍କର ଭକ୍ତି ଓ ଉତ୍ସାହ ମଧ୍ୟରେ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଉଦଯାପିତ ହୋଇଛି।

Smart Computer Ad
You might also like
error: Content is protected !!