ତେର ଶମ୍ଭୁ ମିଳନ ଅବସରରେ ପଣା ବଣ୍ଟନ କାର୍ଯ୍ୟକ୍ରମ

ବାଲିଗୁଡା, ୦୫/୦୪ ସୁକାନ୍ତ କୁମାର ତ୍ରିପାଠୀ

ତେର ଶମ୍ଭୁ ମିଳନ ଅବସରରେ ବିପଦର ବନ୍ଧୁ, ବାଲିଗୁଡା ପକ୍ଷରୁ ବସ୍‌ ଷ୍ଟାଣ୍ଡ ନିକଟରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସେବାମୂଳକ କାର୍ଯ୍ୟକ୍ରମରେ ବସ୍‌ ଷ୍ଟାଣ୍ଡ ଅଟୋ ୟୁନିଅନର ଅଟୋ ଡ୍ରାଇଭରମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।ତୀବ୍ର ଗରମକୁ ଦୃଷ୍ଟିରେ ରଖି ଭକ୍ତମାନେ ଓ ସାଧାରଣ ଲୋକଙ୍କୁ ଶିତଳ ପଣା ବଣ୍ଟନ କରାଯାଇଥିଲା। ଅଟୋ ଡ୍ରାଇଭରମାନେ ସ୍ୱଇଚ୍ଛାରେ ଆଗକୁ ଆସି ଲୋକମାନଙ୍କୁ

ପଣା ବଣ୍ଟନ କରିବା ସହିତ ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ବିଶେଷ ସ୍ୱାଗତ କରିଥିବା ବେଳେ, ବିପଦର ବନ୍ଧୁ ଅଟୋ ୟୁନିଅନର ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରିଛି।ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ।

Smart Computer Ad
You might also like
error: Content is protected !!