ଖୋର୍ଦ୍ଧା,(ସଞ୍ଜୀବ କୁମା):-
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ଜାମୁକୋଳି ନିକଟ ଲବଣଗିରି ମହିମା ଆଶ୍ରମରେ ୪୦ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି |ମଠାଧୀଶ ସାଧୁ ଅନାମ ଚରଣ ଦାସ ଙ୍କ ତତ୍ୱାବଧାନ ତଥା ପୂଜ୍ୟ ବ୍ରହ୍ମାବଧୁତ ଶୁକଦେବ ବାବାଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋରନ୍ଦା ମହିମା ଗାଦିର ଶହ ଶହ ସାଧୁ ଯୋଗ ଦେଇଥିଲେ |ଯୋରନ୍ଦା ଗାଦିର ସଭାପତି ସାଧୁ ଶୁକଦେବ ଦାସ ,ପ୍ରସନ୍ନ କୁମାର ଦାସ, ମୁରଲୀଧର ଦାସ ଏବଂ ଅନେକ ସିଦ୍ଧ ପୁରୁଷ ସାଧୂସନ୍ଥ ମାନେ ଉପସ୍ଥିତ ଥିଲେ |ସନାତନ ଧର୍ମର ଅଦୈତ୍ୱ ଧର୍ମବାଦ ହେଉଛି ମହିମା ଧର୍ମ |ଯେ ଆତ୍ମଜ୍ଞାନ ଓ ସମାଜକୁ ବଳ ପ୍ରଦାନ କରନ୍ତି, ଯାହାର ପ୍ରତ୍ୟକ୍ଷ ସତ୍ୟ ସ୍ୱରୂପ ଶାସନକୁ ସମସ୍ତେ ମାନନ୍ତି ତାହାଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ଅର୍ପଣ କରିବାକୁ ସାଧୁ ମାନେ ଆହ୍ୱାନ କରିଛନ୍ତି |ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ବ୍ରତୀ ଥିବା ସାଧୁ ଅନାମ ଚରଣ ଦାସ ଦୀର୍ଘ ୪୦ବର୍ଷ ହେଲାଣି ଲବଣଗିରି ମହିମା ଆଶ୍ରମରେ ଏହି କାର୍ଯ୍ୟକ୍ରମ ପରିଚାଳନା କରି ଆସୁଛନ୍ତି | ଏଠାକୁ ଆଖପାଖ ଅଞ୍ଚଳର, ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଭକ୍ତ, ଅନୁଗାମୀ ଏଠାକୁ ଆସିଥାନ୍ତି |ବିପଥଗାମୀ ମଣିଷ ମାନଙ୍କୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ଏହି ଆଶ୍ରମରେ ଦୈନିକ ଜ୍ଞାନ ଚର୍ଚ୍ଚା,ଶାସ୍ତ୍ର ଆଲୋଚନା, ସାଧୁବାଣୀ ହୋଇଥାଏ |ଲବଣଗିରି ମହିମା ଆଶ୍ରମରେ ଏହି ବ୍ରହ୍ମ ଯଜ୍ଞ ପାଇଁ ସୋମବାର ବ୍ରାହ୍ମ ମୁହୂର୍ତ୍ତରୁ ଅଖଣ୍ଡ ଜ୍ୟୋତି ଅର୍ପଣ କରାଯାଇଥିଲା |ମଙ୍ଗଳବାର ବ୍ରହ୍ମ ମୁହୂର୍ତ୍ତରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି ଆଶ୍ରମ ପରିଚାଳନା କମିଟି ସୂଚନା ଦେଇଛି |